ତାତିରୁ ମିଳିବନି ତ୍ରାହି, ୧୧ ତାରିଖ ପରଠୁ ଜଳିବ ଓଡ଼ିଶା । ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା

298

କନକ ବ୍ୟୁରୋ : ଆଗକୁ ତାତିବ ଓଡିଶା । ଆହୁରି ଉପରମୁହାଁ ହେବ ପାରଦ । ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ଆଂଚଳିର ପାଣିପାଗ ବିଜ୍ଞାନ କେନ୍ଦ୍ର    । ୧୧ରୁ ୧୪ ତାରିଖ ଯାଏଁ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ପ୍ରାୟ ୪ ଡିଗ୍ରୀ ଉପକୁ ଉଠିପାରେ ପାରଦ । ଫଳରେ ତାତି ପ୍ରବଳ ହେବ । ଖରାରେ ଲୋକମାନେ ଆଉଟୁପାଉଟୁ ହେବେ । ତେବେ ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ପରବର୍ତନ ହେବା ନାହିଁ ବୋଲି ସୂଚନା ଦେଇଛି ଆଂଚଳିର ପାଣିପାଗ ବିଜ୍ଞାନ କେନ୍ଦ୍ର । ଓଡିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି । ଫଳରେ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି । ହେଲେ ୧୧ ତାରିଖ ପରଠାରୁ ଏଥିରେ ପରିବର୍ତନ ପରିଲକ୍ଷିତ ହେବ । ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି । ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବଢିବାରୁ ପ୍ରବଳ ତାତି ଅନୁଭୁତ ହେବାର ଆଶଙ୍କା ରହିଛି ।