କନକ ବ୍ୟୁରୋ: ବାବରେ ବାବ୍ କି ଖରା । ମଣିଷ ଆଉ ଘରୁ ବାହାରି ପାରିବନି । ମୁଣ୍ଡଫଟା ଖରାରେ ଅଣନିଶ୍ୱାସୀ ହୋଇଗଲାଣି ମଣିଷ । ଘରୁ ବାହାରିବା କ୍ଷଣି ତ୍ରାହି ତ୍ରାହି ଡାକୁଛି ଜୀବନ ଜଗତ । ପ୍ରବଳ ଖରାରେ ଓଡିଶା ସିଝୁଥିବା ବେଳେ ଆଜି ୧୨ ସହର ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ୨ ସହରର ପାରଦ ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।
ଟକମକ ଫୁଟୁଛି ସାରା ଓଡିଶା । ଗୁଳୁଗୁଳି ଓ ଗରମ ପାଇଁ ରାସ୍ତାଘାଟରେ ଯାତାୟତ ବି ଅସମ୍ଭବ ହୋଇପଡୁଛି । ରାଜ୍ୟର ସବୁ ସହରରେ ପାରଦ ଉପରେ ରହୁଛି । ତେବେ ଓଡ଼ିଶାର ୧୨ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଏବଂ ତା ଠାରୁ ଅଧିକ ରେକର୍ଡ କରାଯାଇଛି । ୪୩.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।
ସେହିପରି ଅନୁଗୁଳ ୪୩.୧, ଝାରସୁଗୁଡା- ୪୨.୯, ବୋଦ୍ଧ- ୪୨ ଡିଗ୍ରୀ, ବବାଙ୍ଗୀର- ୪୨. ୪ ଡିଗ୍ରୀ, ପାରଳାଖେମୁଣ୍ଡି- ୪୧ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱର ୮.୬ ଏବଂ କଟକ ୩୮.୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ନଜର ପକାନ୍ତୁ କେଉଁଠି ତାପମାତ୍ରା କେତେ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/24-21.jpg)
/kanak/media/post_attachments/wp-content/uploads/2022/04/WhatsApp-Image-2022-04-17-at-7.06.51-PM.jpeg)