ବଢୁଛି ପାରଦ, ଅସହ୍ୟ ହେଲାଣି ତାତି । ଦୁଇ ଦିନରେ ୨ରୁ ୪ଡିଗ୍ରୀ ଯାଏଁ ପାରଦ ବୃଦ୍ଧି ପାଇବା ଆଶଙ୍କା

89

କନକ ବ୍ୟୁରୋ: ବଢୁଛି ପାରଦ, ଦୁଇ ଦିନରେ ୪୦ ଡେଇଁବ ତାପମାତ୍ରା । ରାଜ୍ୟରେ ଧୀରେ ଧୀରେ ତାପମାତ୍ରାରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଚଳିତ ବର୍ଷ ପ୍ରଥମ ଥର ରାଜ୍ୟର ୧୯ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେର୍କଡ କରାଯାଇଛି । ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆହୁରି ୨ରୁ ୪ଡିଗ୍ରୀ ଯାଏ ପାରଦ ବୃଦ୍ଧି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ । ଆଜି ମାଲକାନଗିରି, ସୋନପୁର, ଖୋର୍ଦ୍ଧା, ଟିଟିଲାଗଡ଼, ଭବାନୀପାଟଣା ସମେତ ବିଭିନ୍ନ ଅଞ୍ଚଳରେ ୩୯ ଡିଗ୍ରୀ ତାପମାତ୍ରା ଛୁଇଁବ । ଆସନ୍ତା କାଲିକୁ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀକୁ ଟପିଟିବ ବୋଲି ପୂର୍ବାନୁମାନ କରାଯାଇଛି । ୧୫ ତାରିଖରେ ବର୍ଷା ସମ୍ଭାବନା ଥିବାରୁ ତାତିରେ ସାମନ୍ୟ ବେକ୍ର ଲାଗିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଉପକୂଳ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ୧୫ରୁ ବର୍ଷା ହେବାର ସମ୍ଭାବନା ରହିଛି ।