ଆଗାମୀ ୫ ଦିନ ଅସହ୍ୟ ତାତି, କଲବଲ କରିବ ଗ୍ରୀଷ୍ମପ୍ରବାହ । ୨୧ ପରେ ପାଣିପାଗ ବଦଳିବା ସମ୍ଭାବନା ।

310

କନକ ବ୍ୟୁରୋ : ରାଜ୍ୟରେ ଅସମ୍ଭାଳ ହେଲାଣି ତାତି । ଦିନ ୯ଟାରୁ ପଦାକୁ ବାହାରିବାକୁ ଭୟ ଲାଗିଲାଣି । କିନ୍ତୁ ଏହି ଗ୍ରୀଷ୍ମପ୍ରବାହ ଆହୁରି ୫ ଦିନ ଜାରି ରହିବ । ଆଗାମୀ ୫ ଦିନ କଲବଲ କରିବ ତାତି ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ତାତି ବଢିବ । ରାତିରେ ବି ପ୍ରବଳ ଗରମ ଅନୁଭୂତ ହେବ । ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ନୟାଗଡ, ମୟୂରଭଞ୍ଜ, ଗଜପତି, ନୂଆପଡା, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ଗ୍ରୀଷ୍ମପ୍ରବାହ ରହିବ । ଏହି ସମୟରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଅତିକ୍ରମ କରିପାରେ । ତେବେ କିଛି କିଛି ସ୍ଥାନରେ ସନ୍ଧ୍ୟା ସମୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୧ ପରେ ଦକ୍ଷିଣ ଓଡ଼ିଶାରେ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହାଦ୍ୱାରା ତାପମାତ୍ରା କିଛି ମାତ୍ରାରେ କମିପାରେ ।