କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି ମଣିଷ ଠାରୁ ପଶୁପକ୍ଷୀ ପର୍ଯ୍ୟନ୍ତ । ଦିନ ୧୦ ଟା ବାଜିଲେ ରାସ୍ତାଘାଟ ଶୂନଶାନ । ଘରୁ ବାହାରିବାକୁ ଲୋକମାନେ ଭୟ କରୁଛନ୍ତି । ଏସବୁ ଭିତରେ ପାଣିପାଗ ବିଭାଗର ସୂଚନା ମୁତାବକ ଆଜି ରାଜ୍ୟରେ ସବୁଠାରୁ ଉତପ୍ତ ସହର ଭାବେ ସମ୍ବଲପୁରକୁ ଚିହ୍ନଟ କରାଯାଇଛି । ଆଜି ସମ୍ବଲପୁରର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ସେହଭଳି ସମ୍ବଲପୁର ତଳକୁ ରହିଛି ଝାରସୁଗୁଡା । ଆଜି ଝାରସୁଗୁଡାର ତାପମାତ୍ରା ୪୪.୪ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ଦିନ ୨.୩୦ ସୁଦ୍ଧା ୪୪ ଡିଗ୍ରୀ ରହିଛି ।

Advertisment

ସେହିଭଳି ଚାନ୍ଦବାଲି ୩୬.୨, ଗୋପାଳପୁର ୩୫, ପାରାଦଳୀପ ୩୪.୨, ପୁରୀ ୩୪, ବାଲେଶ୍ୱର ୩୩.୪, କେନ୍ଦୁଝର ୩୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ସୋନପୁର ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ରେକର୍ଡ କରାଯାଇଥିଲା । ସୋନପୁରରେ ଗତକାଲି ସର୍ବାଧିକ ତାପମାତ୍ର ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।