ବାତ୍ୟା ପରେ ତାତି କରୁଛି କଲବଲ: ଜଳୁଛି ପଶ୍ଚିମ ଓଡିଶା, ଉପକୂଳରେ ବି ପ୍ରବଳ ଗୁଳୁଗୁଳି

ତାଳଚେର ଓ ଟିଟଲାଗଡରେ ପାରଦ ୪୪ ଡିଗ୍ରୀ

211

କନକ ବ୍ୟୁରୋ: ଫୋନି ପରେ କଲବଲ କରୁଛି ତାତି । ପଶ୍ଚିମ ଓଡିଶାରେ ତାତି ବଢୁଥିବାବେଳେ ଉପକୂଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ପଶ୍ଚିମ ଓଡିଶା, କେନ୍ଦ୍ରୀୟ ଓଡିଶା ଓ ଦକ୍ଷିଣ ଓଡିଶା ଗରମରେ ସିଝୁଛି । ତାପମାତ୍ରା ହ୍ରାସ ପାଉଥିଲେ ବି ଏହାର ପ୍ରଭାବ ତାତି ଉପରେ ପଡୁନାହିଁ । ପ୍ରବଳ ଗରମ ଯୋଗୁଁ ଦିନ ୧୦ଟା ହେଲେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି ।

ବଲାଙ୍ଗିର, ସମ୍ବଲପୁର, ହୀରାକୁଦ ଓ ସୋନପୁରରେ ପାରଦ ୪୨ଡିଗ୍ରୀରୁ ଅଧିକ ରହିଛି । ଝାରୁସୁଗୁଡା, ଭାବନୀପାଟଣା, ମାଲକାନଗିରି ଓ ଅନୁଗୁଳରେ ତାତି ଅସହ୍ୟ ହୋଇିଛି । ଗତକାଲି ତାଳଚେର ଓ ଟିଟଲାଗଡରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରହିଥିଲା । ତେବେ ୪ ଜିଲ୍ଲାରେ ଆଜି କାଳବୈଶାଖୀ ଚେତାବନୀ ଦିଆଯାଇଛି । ଫଳରେ ତାପମାତ୍ରା ସାମାନ୍ୟ କମିପାରେ ।