ଦରକାର ନାହିଁ ନିଆଁ କି ତାୱା ! ଚଟାଣରେ ତିଆରି ହେଉଛି ରୁଟି

28

କନକ ବ୍ୟୁରୋ : ଗରମ ତାତିରେ ସିଝୁଛି ଉତର ଭାରତ । ବାରାଣାସୀରେ ଖରାର ପ୍ରକୋପ ଏତେ ରହିଛି ଯେ ୧୫ ରୁ ୨୦ ମିନିଟ ଭିତରେ ଚଟାଣରେ ତିଆରି ହେଉଛି ରୁଟି । ଏଭଳି ଦୃଶ୍ୟ ଆଜି ବାରଣାସୀରେ ଦେଖିବାକୁ ମିଳିଛି । ବାରଣାସୀରେ ଆଜି ପାରା ୪୫ ଡିଗ୍ରୀ ଉପରେ ରହିଥିଲା । ଯେଉଁଥିପାଇଁ କୌଣସି ପର୍ଯ୍ୟଟକଙ୍କ ଦେଖା ମିଳିନଥିଲା । ଏହି କାରଣରୁ ସେଠାରେ ବସିଥିବା ନାଉରିଆଙ୍କ ମୁଣ୍ଡକୁ ଏକ ଅଜବ ଆଇଡ଼ିଆ ଆସିଥିଲା । ଖରାର ପ୍ରକୋପ ଦେଖି ଚଟଣାରେ ରୁଟି ପ୍ରସ୍ତୁତ କରିବାକୁ ଚିନ୍ତା କରିଥିଲେ । ଆଉ ଏଥିପାଇଁ ଅଟା ଆଣି ଚକଟିବା ପରେ ରୁଟି ତିଆରି କରି ଭୂଇଁ ଉପରେ ସେକିଥିଲେ ।

କିଛି ସମୟ ପରେ ଏହି ରୁଟି ତାୱାରେ କରାଯାଇଥିବା ଭଳି ଦେଖାଯାଇଥିଲା । ତେବେ ରୁଟିକୁ ଦେଖିଲେ ଖରାର ପ୍ରକୋପ ଅନୁମାନ କରାଯାଇପାରିବ । ଉତର ଭାରତର କିଛି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ବାରାଣାସୀରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସେହିପରି ଗୋରଖପୁର ଓ ଅହମ୍ମଦାବାଦରେ ମଧ୍ୟ ଖରାର ପ୍ରକୋପ ଯୋଗୁଁ ପ୍ରବଳ ଗରମ ଅନୁଭୂତ ହୋଇଛି ।