ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ୪୦ ଡିଗ୍ରୀ ତଳେ ସବୁ ଜିଲ୍ଲାର ତାପମାତ୍ରା ।

146

କନକ ବ୍ୟୁରୋ: ତାତିରୁ ତ୍ରାହି । ଆଜି ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଗତ ରାତିରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ଆଜି ସମଗ୍ର ରାଜ୍ୟରେ ତାତିର ପ୍ରଭାବ ଅପେକ୍ଷାକୃତ ଭାବେ କମ ରହିଛି ଓ ରାଜ୍ୟବାସୀ ତାତିରୁ ସାମୟିକ ଭାବେ ଆଶ୍ୱସ୍ତି ଲାଭ କରିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆଜି ତାତିର ପ୍ରଭାବ ପୂର୍ବ ଭଳି ଅନୁଭୂତ ହୋଇନାହିଁ। କେବଳ ମାତ୍ର ସୁନ୍ଦରଗଡ଼କୁ ବାଦ୍‌ ଦେଲେ ରାଜ୍ୟର ଅନ୍ୟ ସମସ୍ତ ସହରରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳେ ରେକର୍ଡ କରାଯାଇଛି। ଆଜି ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରି ରହିଥଲା।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ତାପମାତ୍ରା ୩୪.୯ ଡିଗ୍ରି ରହିଥିବା ବେଳେ ଓ କଟକରେ ୩୩.୮ ଡିଗ୍ରି ସେଲସିୟସ ରହିଥିଲା। ଏଥିସହ ବାଲେଶ୍ୱର ୩୪.୫, ଚାନ୍ଦବାଲି ୩୫.୬, ପାରାଦୀପ ୩୦.୭, ଗୋପାଳପୁର ୩୨.୨, ପୁରୀ ୩୨.୪, ଅନୁଗୁଳ ୩୮.୧, ବାରିପଦା ୩୫.୨, ଝାରସୁଗୁଡ଼ା ୩୬.୨, କେନ୍ଦୁଝର ୩୩.୦, ସମ୍ବଲପୁର ୩୬.୬, ସୁନ୍ଦରଗଡ଼ ୪୦.୦, ହୀରାକୁଦ ୩୫.୭, ତାଳଚେର ୩୭.୭, ଭବାନୀପାଟଣା ୩୯.୫, ବଲାଙ୍ଗୀର ୩୯.୨, କୋରାପୁଟ ୩୪.୦, ଟିଟଲାଗଡ଼ ୩୯.୨, ମାଲକାନଗିରି ୩୯.୦, ସୋନପୁର ୩୮.୨, ଦାରିଙ୍ଗିବାଡ଼ି ୩୪.୦, ନୟାଗଡ଼ ୩୬.୩, ବୌଦ୍ଧ ୩୭.୦, ଛତ୍ରପୁର ୩୨.୫, ପାରଳାଖେମୁଣ୍ଡି ୩୪.୦, ରାୟଗଡ଼ା ୩୫.୬ ଡିଗ୍ରି ସେଲସିୟସ ରହିଛି।