ତତଲା କଡେଇରେ ସିଝୁଛି ସାରା ଓଡିଶା...୪୦ ଡିଗ୍ରୀ ଟପିଲା ୧୦ ଜିଲ୍ଲାର ତାପମାତ୍ରା: ୧୪ ଓ ୧୫ରେ କାଳବୈଶାଖୀ ବର୍ଷା ସମ୍ଭାବନା

Advertisment
ଡହ ଡହ ଖରାରେ ସିଝୁଛି ସାରା ଓଡିଶା...ସମସ୍ତ ରେକର୍ଡକୁ କାଟି ସୋନପୁର ପାଲଟିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର...ଆହୁରି ୫ ଦିନ କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ

କନକ ବ୍ୟୁରୋ: ତତଲା କଡେଇରେ ସିଝୁଛି ସାରା ଓଡିଶା । ଗତକାଲି ରାଜ୍ୟର ୧୦ଟି ଜିଲ୍ଲାର ଚତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଚଳିତ ବର୍ଷ ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଆଜି ମଧ୍ୟ ସାରା ରାଜ୍ୟରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ତେବେ ୧୪ ଓ ୧୫ ତାରିଖରେ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱାସ୍ତି ମିଳିପାରେ ବୋଲି ଆଶା କରାଯାଉଛି । କିନ୍ତୁ ୧୬ ତାରିଖ ଆଡକୁ ପୁଣିଥରେ ତାତି ବଢିବ । ଅନେକ ସ୍ଥାନରେ ପାରଦ ୪୨ ପାର ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ।

ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ଆହୁରି ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢିବ । ୧୪ ଓ ୧୫ ତାରିଖରେ କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ମାଲକାନଗିରି, କୋରାପୁଟ,ରାୟଗଡା, ଗଜପତି, ଗଂଜାମ, କଟକ, ଢେଙ୍କାନାଳ, ଜଗତସିଂହପୁର ଆଦି ଅଂଚଳରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ସବୁ ସ୍ଥାନରେ ତାପାମାତ୍ରା ସାମୟିକ ସମୟ ପାଇଁ କମିପାରେ । ରାଜ୍ୟର ବାକି ସମସ୍ତ ଅଂଚଳରେ ତାପାମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବଢିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe