ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି । ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ଲୋକ,ତତଲାକଡେଇ ପାଲଟିଲା ଟିଟିଲାଗଡ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି । ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ଲୋକ,ତତଲାକଡେଇ ପାଲଟିଲା ଟିଟିଲାଗଡ

କନକ ବ୍ୟୁରୋ : ସକାଳ ୯ଟାରୁ ଟାଇଁ ଟାଇଁ ଖରା। ଘର ଭିତରେ ରହି ହେଉନି କି ବାହାରକୁ ବାହାରି ହେଉନି। ଯୁଆଡ଼େ ଗଲେ ଗମଗମ ହେଇ ବାହାରୁଛି ଝାଳ। ପ୍ରଚଣ୍ଡ ତାତିରେ ସମସ୍ତେ ଅସ୍ତବ୍ୟସ୍ତ। ସାରା ଓଡ଼ିଶା ପାଲଟିଛି ଉତ୍ତପ୍ତପିଣ୍ଡୁଳା। ସବୁଠି ଲୋକେ ତାତିରୁ ଆଉଟୁ ପାଉଟୁ ହେଉଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ନିସ୍ତାର ନାହିଁ। ଘରୁ ବାହାରି ପାରୁ ନାହାନ୍ତି। ଅତି ଜରୁରୀ କାମ ନ ଥିଲେ କେହି ପଦାକୁ ଆସୁ ନାହାନ୍ତି। ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଏକପ୍ରକାର ଶୂନଶାନ ହୋଇଯାଉଛି। କାଁ ଭାଁ ଗାଡ଼ି ମଟର ଦେଖିବାକୁ ମିଳୁଛି।

publive-imageଟିଟିଲାଗଡ଼ ଦେଶର ଦ୍ବିତୀୟ ତତଲା ସହର ଭାବେ ପରିଗଣିତ ହୋଇଛି। ବିଦର୍ଭର ଚନ୍ଦ୍ରପୁରରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୬.୬ ଡିଗ୍ରି ରେକର୍ଡ କରାଯାଇଛି। ଏହା ତଳକୁ ଦ୍ବିତୀୟ ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ର ତାପମାତ୍ରା ୪୬.୫ ଡିଗ୍ରି ରେକର୍ଡ ହୋଇଛି। ବଲାଙ୍ଗୀର ବି ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ତାପମାତ୍ରା ୪୬.୩ ଡିଗ୍ରି ରହିଥିବା ବେଳେ ମୋଟ ୫ଟି ସହରର ତାପମାତ୍ରା ୪୫ ଡିଗ୍ରି ଡେଇଁଯାଇଛି। ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା।

ଏବେ ପାଣିପାଗ ବିଭାଗ କହିଲାଣି ଯେ ୨୮ ତାରିଖ ଯାଏ ନିସ୍ତାର ମିଳିବନି। ପଶ୍ଚିମ ଓଡ଼ିଶା ତତଲା ତାୱାରେ ଭାଜି ହେବ। ଉପକୂଳ ଓଡ଼ିଶାବାସୀଙ୍କୁ ବି ତାତିରୁ ତ୍ରାହି ମିଳିବନି। ୨୪ ଘଣ୍ଟା ମଧ୍ୟରେ ଟିଟିଲାଗଡ଼, ବଲାଙ୍ଗୀର, ତାଳଚେର ତାପମାତ୍ରା ୪୭ ଡିଗ୍ରି ଟପିଯିବାର ଆଶଙ୍କା ରହିଛି। ଉପକୂଳ ଓଡ଼ିଶାର କଟକ ଓ ଚାନ୍ଦବାଲି ୪୦ ଡିଗ୍ରି ପାର୍ ହୋଇଛି। ତେବେ ଆସନ୍ତା ତିନି ଦିନ ମଧ୍ୟରେ ଭୁବନେଶ୍ବର, ନୟାଗଡ଼, ବାରିପଦାରେ ତାପମାତ୍ରା ୪୦ ଡିଗ୍ରି ଟପିଯାଇପାରେ। ବାୟୁମଣ୍ଡଳରେ ଆର୍ଦ୍ରତା ଆହୁରି ବଢ଼ିବ। ଫଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe