ମୁଣ୍ଡଫଟା ଖରା, ଅସହ୍ୟ ତାତି । ଟକମକ ଫୁଟିଲା ଓଡିଶା । ୮ ସହରରେ ପାରଦ ୪୦ ଡିଗ୍ରୀ ପାର୍ ।

272

କନକ ବ୍ୟୁରୋ: ପୁଣି ଫୁଟିଲା ଓଡିଶା । ଟକମକ ଖରାରେ ସିଝିଛି ସାରା ଓଡିଶା । ଦିନର ତାପମାତ୍ରା ଏତେ ଅଧିକ ରହୁଛି ଯେ, ଘରୁ ବାହାରିବା ଏକ ପ୍ରକାର ମୁସକିଲ ହୋଇଯାଉଛି । ତେବେ ୨୪ ଘଣ୍ଟାର ପରେ ରାଜ୍ୟରେ ପୁଣି ବଢ଼ିଛି ତାତି । ଆଜି ୮ଟି ସହରରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ ।

ତେବେ ଝାରସୁଗୁଡା ଏବଂ ବାରିପଦାରେ ସର୍ବାଧିକ ୪୦.୪ଡ଼ିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ତାପମାତ୍ରା ୪୦.୩ ଡ଼ିଗ୍ରୀ ରହିଥିଲା । ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟଲାଗଡରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି । ସେହିପରି ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ତାପମାତ୍ରା ୩୯.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।