ବିଭିନ୍ନ ରାଜ୍ୟରେ ବଢ଼ିଚାଲିଛି ଅସହ୍ୟ ଖରା ସାଙ୍ଗକୁ ପ୍ରଚଣ୍ଡ ତାତି । ଉତ୍ତର ଓ ମଧ୍ୟ ଭାରତ ପାଇଁ ଆଲର୍ଟ ଜାରି କଲା ଆଇଏମଡି ।

92

କନକ ବ୍ୟୁରୋ : ମାର୍ଚ୍ଚ ମାସ ଆରମ୍ଭରୁ ହିଁ ଦେଶର ବିଭିନ୍ନ ରାଜ୍ୟରେ ତାପମାନ ବୃଦ୍ଧି ପାଇବାରେ ଲାଗିଛି । ଆଇଏମଡି ସୂଚନା ଅନୁସାରେ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭତ ହେବାରେ ଲାଗିଛି ଆଉ ଆଗକୁ ଏହା ବେଶ ଅଧିକ ବୃଦ୍ଧି ପାଇବ । ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁରେ ବର୍ତମାନ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରହିଛି ଓ ୨ଦିନ ଭିତରେ ଏହା ୪୦ ଡିଗ୍ରୀ ପାର ସମ୍ଭାବନା ରହିଛି ।

ରାଜସ୍ଥାନ ଓ ଆଭ୍ୟନ୍ତରୀଣ ଓଡିଶାର ଅଲଗା ଅଲଗା ସ୍ଥାନରେ ହେଭି ହିଟ ୱେଭ ସହ ଲୁ ଆଶଙ୍କା ରହିଛି । ସେହିପରି ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲା ପାଇଁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଲୁ ପ୍ରବାହ ନେଇ ଆଲର୍ଟ ଜାରି କରାଯାଇଛି । ଦିନେରୁ ଦୁଇଦିନ ଭିତରେ ଉତର ଓ ଉତରପୂର୍ବ ରାଜ୍ୟରେ ତାପମାତ୍ରା ୪ଡିଗ୍ରୀ ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି । ତେବେ ଉତର ପଶ୍ଚିମ ଓ ମଧ୍ୟ ଭାରତରର ପାଣିପାଗରେ କୌଣସି ପରିବର୍ତନ ହୋଇନପାରେ । ଏଥିସହ ଦେଶର କିଛି ରାଜ୍ୟରେ ବାୟୁ ଶୁଷ୍କ ରହିବ ଓ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ହାଲକା ବର୍ଷା ହେବ ।