କନକ ବ୍ୟୁରୋ: ଏଥର ତତଲା ରଜ । ପଶ୍ଚିମ ଓଡ଼ିଶାରେ ତାତି, ଉପକୂଳରେ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଚି । ତେବେ ଆଗାମୀ ୪୮ ଘଣ୍ଟା ଗ୍ରୀଷ୍ମ ପ୍ରବାହ ରହିବ । କିନ୍ତୁ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । କିନ୍ତୁ ମୌସୁମୀ ବାୟୁ ପୁରା ଓଡ଼ିଶା ଛୁଇଁବାକୁ ଲାଗିପାରେ ଆହୁରି ୪ ଦିନ ଲାଗିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମୌସୁମୀ କେବଳ ମାଲକାନଗିରି ଏବଂ କୋରାପୁଟରେ ସକ୍ରିୟ ରହିଛି । ଆଗକୁ ବଢିବା ପାଇଁ ଯେଉଁ ପାଗ ଆବଶ୍ୟକ ତାହା ଅନୁକୂଳ ରହିଛି । ଏବେ ଆଗାମୀ ୫ ଦିନ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଗତକାଲି ୧୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା ।