କନକ ବ୍ୟୁରୋ : ତାପମାତ୍ରା ଅସ୍ୱାଭାବିକ ଭାବେ ବଢୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଖରା ଏତେ ହେଉଛି ଯେ ସକାଳ ୯ଟାରୁ ଘର ବାହାରିବାକୁ ଲୋକ ଭୟ କରୁଛନ୍ତି । ବଲାଙ୍ଗୀରରେ ମଧ୍ୟ ଗରମ ଗୁଳୁଗୁଳିରେ ଅତିଷ୍ଠ ହୋିପଡୁଛି ଜନଜୀବନ । ଖରା ଅସହ୍ୟ ହେଉଥିବା ବେଳେ କୌଣସି ସ୍ଥାନରେ ପ୍ରଶାସନ ପକ୍ଷରୁ ଜଳ ଛତ୍ର ଖୋଲାଯାଇ ନାହିଁ । କେବଳ ଅସହ୍ୟ ଗରମ ନୁହେଁ ତା ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ସେପଟେ ନୂଆପଡ଼ାରେ ବି ତାତି ବଢ଼ୁଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କିଛି ଦିନ ହେଲା ତାପମାତ୍ର ବୃଦ୍ଧି ପାଉଥିବାରୁ ଘରୁ ବାହାରୁନାହାନ୍ତି ଲୋକେ । ଖରା ଯୋଗୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି । ସେପଟେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଅସ୍ତରଙ୍ଗର କାକଟପୁର ବ୍ଲକ ଅଂଚଳରେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି । ଘରେ ବାହାରେ ସବୁଠି ଅସହ୍ୟ ଗରମ । ଗଛମୂଳ ତଳେ ଆଶ୍ରୟ ନେଲେ ବି ତାତିରୁ ନିସ୍ତାର ମିଳିପାରୁନି ।
ବଢୁଛି ତାତି ଗୁଳୁଗୁଳି । ମୁଣ୍ଡଫଟା ଖରା ସାଙ୍ଗକୁ ଝାଂଜି ପବନରେ ଅସହ୍ୟ ହୋଇପଡୁଛି ଜନଜୀବନ, ବିଭିନ୍ନ ସ୍ଥାନରେ ପିଇବା ପାଣି ସମସ୍ୟା
/kanak/media/post_attachments/wp-content/uploads/2024/04/12-4.jpg)