ଆଜି ତାତି ଡେଇଁଲା ୪୫ ଡିଗ୍ରୀ । ବୌଦ୍ଧ ଓ ବାରିପଦା ପାଲଟିଲା ରାଜ୍ୟ ଉତ୍ତପ୍ତ ସହର, ୭ ଦିନ ଧରି ଜାରି ରହିଛି ଗ୍ରୀଷ୍ମ ଲହରି । କାଳବୈଶାଖୀ ଆଣିପାରେ ସାମୟିକ ଆଶ୍ୱସ୍ତି ।

211

କନକ ବ୍ୟୂରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ୭ ଦିନ ହେଲା ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଆଜି ମଧ୍ୟ ରାଜ୍ୟରେ ୪୦ ଡିଗ୍ରୀ ଉପରେ ରହିଛି ଅନେକ ସହର । ୧୩ଟି ସହରରେ ୪୩ ଡିଗ୍ରୀରୁ ଅଧିକ ରହିଛି ପାରଦ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି, ୪୫ ଡିଗ୍ରୀ ଡେଇଁଛି ପାରଦ । ବୌଦ୍ଧ ସହରରେ ସର୍ବାଧିକ ୪୫ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

୭ ଦିନ ହେଲା ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଉପକୂଳ ହେଉ କି ଆଭ୍ୟନ୍ତର ଓଡ଼ିଶା ସବୁଠି ଗରମ ଓ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି । ଦୁଇ ଦିନ ଧରି ସ୍ଥିତି ଅସମ୍ଭାଳ ହୋଇଛି । ଗତକାଲି ବୌଦ୍ଧ ଓ ବାରିପଦାରେ ୪୪ ଡିଗ୍ରୀ ଟପି ଯାଇଥିଲା ପାରଦ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି ୪୫ ଡିଗ୍ରୀ ଡେଇଁଛି ପାରଦ । ୪୫.୨ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ସବୁଠୁ ଉତ୍ତପ୍ତ ସହର ।

ରାଜ୍ୟର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ଆଶଙ୍କା କରାଯାଉଛି । ତେବେ ଆଶ୍ୱସ୍ତିର କଥା ହେଉଛି, କାଳବୈଶାଖୀ ଯୋଗୁଁ କିଛି ଜିଲ୍ଲାରେ ପାଗରେ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ତାତି କମାଇବ କଳାବୈଶାଖୀ
କାଳବୈଶାଖୀ ପ୍ରଭାବରେ ୨-୩ ଡିଗ୍ରୀ କମିପାରେ ଦିନ ତାପମାତ୍ରା
୨୧ରୁ ୨୪ ତାରିଖ ମଧ୍ୟରେ କିଛି ସ୍ଥାନରେ ତାତିରୁ ମିଳିପାରେ ସାମୟିକ ଆଶ୍ୱସ୍ତି
୨୫ ତାରିଖ ପରେ ପୁଣି ବଢ଼ିବ ଶୁଷ୍କ ବାୟୁର ପ୍ରଭାବ
ତାପମାତ୍ରା ବୃଦ୍ଧି ସହ ଅସହ୍ୟ ହେବ ଉଷ୍ମ-ଆର୍ଦ୍ର ପାଣିପାଗ ୨୬ ତାରିଖରୁ ପୁଣି ତାତି ବଢିବ । ଏପ୍ରିଲ ଶେଷ ଆଡକୁ ପ୍ରବଳ ଗ୍ରୀଷ୍ମ ଲହରି ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର ।