ଜାରି ରହିବ ଗ୍ରୀଷ୍ମ ପ୍ରବାହ : ୮ ଜିଲ୍ଲାକୁ ହିଟୱେଭ ସତର୍କତା ଜାରି କଲା ଭାରତୀୟ ପାଣିପାଗ ବିଭାଗ

Advertisment
ସାରା ରାଜ୍ୟରେ ଅସହ୍ୟ ଖରା : ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୭.୮ ଡିଗ୍ରୀ

କନକ ବ୍ୟୁରୋ : ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପୂର୍ବଭଳି ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। କେତେକ ସ୍ଥାନରେ ୪୪ ଡିଗ୍ରି ଉପରକୁ ବି ଚାଲିଯିବ। ଉପକୂଳ ଓଡ଼ିଶାରେ ବି କାଲି ଭଳି ସ୍ଥିତି ଲାଗି ରହିବ। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକ ଲାଗି ହିଟୱେଭ୍ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।publive-image ସ୍ଥିତିରେ ସୁଧାର ଆସିବ। ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ସହ କାଳବୈଶାଖୀ ଲାଗିରହିବ। ୨୯ ତାରିଖ ସନ୍ଧ୍ୟାଠାରୁ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ଜୁନ୍ ୩ ଯାଏଁ ଏଭଳି ସ୍ଥିତି ଲାଗିରହିବ। କାଳବୈଶାଖୀ ପ୍ରଭାବରେ ଗୋଟିଏ ଦୁଇଟି ସ୍ଥାନରେ ୨୦ ମିମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ୧୫ ଦିନ ହେଲା ତତଲା ସହର ପାଲଟିଥିବା ଟିଟିଲାଗଡ଼ ଓ ତାଳଚେର ତାପମାତ୍ରାକୁ ଟପିଯାଇଛି ସମ୍ବଲପୁର। ଏଠାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୭ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ସୋନପୁରରେ ୪୪.୬, ବଲାଙ୍ଗୀରରେ ୪୪.୫, ଟିଟିଲାଗଡ଼ରେ ୪୪, ହୀରାକୁଦରେ ୪୩.୭, ଝାରସୁଗୁଡ଼ାରେ ୪୩.୬, ଭବାନୀପାଟଣାରେ ୪୨.୬, ସୁନ୍ଦରଗଡ଼ ଓ ମାଲକାନଗିରିରେ ୪୨, ଅନୁଗୁଳରେ ୪୧.୭, ତାଳଚେରରେ ୪୧.୨ ଓ କେନ୍ଦୁଝରରେ ୪୦ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱର ତାପମାତ୍ରା ୩୮.୨ ଡିଗ୍ରି ରହିଥିବାବେଳେ କଟକରେ ୩୭.୮ ଡିଗ୍ରି ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୧୫.୭ ମିମି ବର୍ଷା ହୋଇଥିବାବେଳେ ତାଳଚେରରେ ୧୫, କୋରାପୁଟରେ ୧୩.୪, ଝାରସୁଗୁଡ଼ାରେ ୬, ସୁନ୍ଦରଗଡ଼, ଟିଟିଲାଗଡ଼ ଓ ମାଲକାନଗିରିରେ ୪ ମିମି ଲେଖାଏଁ ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe