କନକ ବ୍ୟୁରୋ : ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ଟି ସହର । ଏପରିକି ୩ଟି ସହରର ତାପମାତ୍ରା ୪୩ ଡିଗ୍ରୀ ରହିଛି ଏବଂ ଆଉ ତିନିଟି ସହର ୪୩ ଡିଗ୍ରୀ ଉପରେ ରହିଛି । ସବୁଠୁ ଉତପ୍ତ ରହିଛି ଟିଟିଲାଗଡ । ଏଠାରେ ତାପମାତ୍ରା ୪୫ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି । ତାପଛକୁ ରହିଛି ବଲାଙ୍ଗୀର । ଏଠାରେ ପାରଦ ଛୁଇଁଛି ୪୪ ଡିଗ୍ରୀ । ସୁନ୍ଦରଗଡ, ଭବାନୀପାଟଣା ଏବଂ ସୋନପୁରରେ ତାପମାତ୍ରା ୪୩ ରହିଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭ ଦଶମିକ ୭ ଡିଗ୍ରୀ ରେକର୍ଡ ହୋଇଛି ।

Advertisment

publive-image୨୨ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଦୁଇ ଦିନ ପାଇଁ ହିଟ୍ ୱେଭ ଆଲର୍ଟ ଜାରି । ଆସନ୍ତା ଦୁଇ ଦିନ ଆହୁରି ତାତିବ । ଅସହ୍ୟ ଗରମ ହେବ । ଝାଂଜି ପବନ ବୋହିବ । ଗୁଳୁଗୁଳି ବି ହେବ । କଲବଲ କରିବ ଗ୍ରୀଷ୍ଣ ପ୍ରବାହ । ୨୨ ଯାଏଁ ତାତିରୁ ନିସ୍ତାର ନାହିଁ । ଅଧିକ ଶିଝିବ ପଶ୍ଚିମ ଓଡିଶା । ଆସନ୍ତା ଦୁଇ ଦିନ ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳ ଛତ୍ର ଓ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ଡହ ଡହ ଖରା । ଜରିପାଲ ତଳେ ଜୀବନ । ତତଲା ପବନରେ ଦେହ ସିଝିଯାଉଛି । ମୁଣ୍ଡଫଟା ଖରାରେ ମୁଣ୍ଡ ଉପରେ ଛାତ ନାହିଁ । ପ୍ରବଳ ଗରମରେ ଭଂଗା ଘରେ ବିତୁଛି ଜୀବନ । ପ୍ରଶାସନ ଦେଇଥିବା ଜରିପାଲ, ଘର ଢାଂକି ଦେଇଛି, ହେଲେ ଗରମ ବଢାଇଦେଇଛି । ଝାଂଜି ପବନ ସାଙ୍ଗକୁ ଗୁଳୁଗୁଳି, ଅସ୍ତବ୍ୟସ୍ତ କରିପକାଉଛି । ନା ଘରେ ରହିହେଉଛି ନା ବାହାରେ । ସେପଟେ ରାଜ୍ୟରେ ଏଯାଏଁ ଅଂଶୁଘାତ ଜନିତ ମୃତ୍ୟୁ ହୋଇନଥିବା ସ୍ପଷ୍ଟ କରିଛନ୍ତି ସରକାର ।