ରାଜ୍ୟର ୨୧ଜିଲ୍ଲାକୁ ହିଟୱେଭ୍ ସତର୍କତା ଜାରି : ୪ଟା ଯାଏଁ ସତର୍କ କଲା ପାଣିପାଗ ବିଭାଗ; ଖରାକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ

399

କନକ ବ୍ୟୁରୋ : ଉପକୂଳ ଓଡିଶାରୁ ପଶ୍ଚିମ ଓଡିଶା । ବାଦ୍ ପଡିନି ଉତର ଓଡିଶା । ସବୁଠି ଏବେ ଖରା ପ୍ରକୋପ ବଢି ବଢି ଚାଲିଛି । ସକାଳ ହେଉ ହେଉ ତାତି ଏମିତି ବଢିଯାଉଛି ଯେ ଦିନ ୧୦ଟା ବେଳେ ଅନେକ ସ୍ଥାନରେ ବାଟଘାଟ ଖାଁ ଖାଁ ହୋଇ ପଡୁଛି । ରାଜ୍ୟର ୨୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଖରା ହେବ । ଏ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ବିଶେଷ କରି ସୁନ୍ଦରଗଡ, ସମ୍ବଲପୁର, ଝାରୁସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ, ବରଗଡ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କନ୍ଧମାଳ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପାଇଁ ଏହି ସତର୍କ ସୂଚନା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ମୁକାବିଲା ପାଇଁ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।