କନକ ବ୍ୟୁରୋ : ଛତ୍ରପୁର ରାଜରାସ୍ତାରେ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ମୃତ ଗାଈକୁ ଦଉଡିରେ ବାନ୍ଧି ଘୋଷାଡି ଘୋଷାଡି ନେଉଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଗାଈକୁ ଗୋମାତା କହି ପୂଜା କରାଯାଉଥିବା ବେଳେ ଏହି ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ରାଜରାସ୍ତାରେ ଦେଖିବାକୁ ମିଳିଛି ।

Advertisment

ଏକ ଅଜଣା ଗାଡି ଧକ୍କାରେ ଗାଈଟିର ମୃତ୍ୟୁ ହୋଇଯାଇଥିଲା । ତେବେ ଗାଈଟିକୁ ଅନ୍ୟ କୌଣସି ଉପାୟରେ ନିଆନଯାଇ ଏକ ଦଉଡି ସାହାଯ୍ୟରେ ଏନଏଚଏଆଇ ଗାଡିରେ ବାନ୍ଧି ରାସ୍ତାରେ ଘୋଷାଡି ନେଉଥିବାର ଦୃଶ୍ୟ ଅତି ଘୃଣ୍ୟ ପାଲଟିଛି । ଯାହାକୁ ନିନ୍ଦା କରାଯିବା ସହିତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।