କନକ ବ୍ୟୁରୋ : ୟୁକ୍ରେନର କିବ୍ ଓ ଖାରକିବ୍ ଅଂଚଳରେ ଏବେ ମିଜାଇଲ ଓ ବୋମାମାଡର ଭୟ । ସମସ୍ତେ ଆଶ୍ରୟ ଖୋଜୁଛନ୍ତି । ଏହି ଅଂଚଳ ଉପରେ ଆଗକୁ ଆକ୍ରମଣ ଆହୁରି ବଢିପାରେ ବୋଲି କୁହାଯାଉଛି । ସବୁଠୁ ବଡ ବିପଦ ରହିଛି ହସ୍ପିଟାଲ ଉପରେ । ପୂର୍ବ ୟୁକ୍ରେନରେ ଥିବା ଡି-ନିପ୍ରୋ ଅଂଚଳରେ ଏକ ହସ୍ପିଟାଲକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି । ନବଜାତ ଶିଶୁଙ୍କ ପାଇଁ ଥିବା ନିଓନାଟାଲ ଇନଟେନସିଭ କେୟାର ୟୁନିଟ୍ ବା ଏନଆଇସିୟୁକୁ ଏକ ବୋମା ଆଶ୍ରୟସ୍ଥଳୀ ଭିତରକୁ ସ୍ଥାନାନ୍ତରଣ କରାଯାଇଛି । ଏଠାରେ ନବଜାତ ଶିଶୁମାନଙ୍କୁ ଚିକିତ୍ସା କରାଯାଉଛି । ଏହି ଭିଡିଓରୁ ସ୍ପଷ୍ଟ ଅନୁମାନ କରି ହେବ ଯେ, ରୁଷିଆ ଆକ୍ରମଣର ଆଶାଙ୍କା କେତେ ଭୟଙ୍କର ରହିଛି ।
ୟୁକ୍ରେନର କିବ୍ ଓ ଖାରକିବ୍ ଅଂଚଳରେ ମିଜାଇଲ ଓ ବୋମାମାଡର ଭୟ : ବୋମା ଆଶ୍ରୟସ୍ଥଳୀରେ ନବଜାତ ଶିଶୁ, ଭାଇରାଲ ହେଲା ଭିଡିଓ
/kanak/media/post_attachments/wp-content/uploads/2022/02/27-27.jpg)