କନକ ବ୍ୟୁରୋ: ସୁସ୍ମିତା ସେନ୍ । ନିକଟରେ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ହୃଦଘାତର ଶିକାର ହୋଇଥିବା ସୂଚନା ଦେଇଥିଲେ । ନିଜର ଆଞ୍ଜିଓପ୍ଲାଷ୍ଟି କରାଇଥିବା କହିବା ସହ, କିଭଳି ମହିଳାଙ୍କ କ୍ଷେତ୍ରରେ ହୃଦଘାତ ସମସ୍ୟା ବଢିଚାଲିଛି ସେନେଇ ଏକ ପରିସଂଖ୍ୟାନ ମଧ୍ୟ ଦେଇଥିଲେ । ଯେଉଁ ପରିସଂଖ୍ୟାନରୁ ଜଣାପଡୁଛି ୨୦୦୦ରୁ ୨୦୧୭ ମଧ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହୃଦଘାତ ଜନିତ ମୃତ୍ୟୁ ହାର ବଢିଯାଇଛି । ଟିକେ ନଜର ପକାନ୍ତୁ ଏହି ପରିସଂଖ୍ୟାନ ଉପରେ ..
ବଢିଚାଲିଛି ମହିଳାଙ୍କ ହୃଦଘାତ ମୃତ୍ୟୁ ହାର
- ୨୦୧୭ ଗ୍ଲୋବାଲ ବର୍ଡନ ଅଫ ଡିଜିଜେସ୍- ଜିବିଡିର ଅଧ୍ୟୟନ
- ୨୦୦୦ରୁ ୨୦୧୭ ମଧ୍ୟରେ ୧୫ ଲକ୍ଷ ୪୦ ହଜାର ଲୋକଙ୍କ ମୃତ୍ୟୁ
- ମହିଳାଙ୍କ ମୃତ୍ୟୁ ହାର ୩ ଲକ୍ଷ ୨୦ ହଜାରରୁ ୬ ଲକ୍ଷ ୨୦ ହଜାର
- ପୁରୁଷଙ୍କ ମୃତ୍ୟୁ ହାର ୫ ଲକ୍ଷ ୩୦ ହଜାରରୁ ୯ ଲକ୍ଷ ୨୦ ହଜାର
କାହିଁକି ମହିଳାଙ୍କ କ୍ଷେତ୍ରରେ ବଢୁଛି ହୃଦଘାତ ସମସ୍ୟା ସେନେଇ ସ୍ପଷ୍ଟ କରିଛନ୍ତି ବିଶେଷଜ୍ଞ ଡାକ୍ତର ।
- ଋତୁସ୍ରାବ ସମୟରେ ଇଷ୍ଟ୍ରୋଜେନ୍ ହର୍ମୋନ ମହିଳାଙ୍କୁ ହୃଦ୍ଘାତରୁ ସୁରକ୍ଷା ଦିଏ
- କିନ୍ତୁ ୬୦ବର୍ଷ ପରେ ପୁରୁଷ ଓ ମହିଳାଙ୍କ ପାଇଁ ହୃଦଘାତ ରିସ୍କ ସମାନ ଥାଏ
- ମୋଟାପଣ, ଡାଇବେଟିସ୍ ଓ ହାଇ ବ୍ଲଡପ୍ରେସର କାରଣରୁ ହୃଦଘାତ ହେଉଛି
- ବ୍ୟସ୍ତବହୁଳ ଜୀବନର ମାନସିକ ଚାପ ଓ ପ୍ରତିଯୋଗିତା ମଧ୍ୟ ଏହାର କାରଣ
- ଡାଇବେଟିସ ମଧ୍ୟ ପୁରୁଷଙ୍କ ତୁଳନାରେ ମହିଳାଙ୍କ ହୃତପିଣ୍ଡକୁ ଅଧିକ ବିପଦ
କୁହାଯାଉଛି ହୃଦଘାତ ହେଲେ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଅଧିକାଂଶ ଲକ୍ଷଣ ସମାନ ହୋଇଥାଏ । କିନ୍ତୁ ଛାତିରେ ଯନ୍ତ୍ରଣା ଉଭୟଙ୍କ ପାଇଁ ଭିନ୍ନଭିନ୍ନ ରହେ । ମହିଳାଙ୍କ କ୍ଷେତ୍ରରେ ଅଧିକାଂଶ ସମୟରେ ଛାତିରେ ଯନ୍ତ୍ରଣା ଜଣାପଡିନଥାଏ । ଏହାକୁ ହେଳା କରିବା ଫଳରେ ହୃଦଘାତ ମୃତ୍ୟୁର ଆଶଙ୍କା ବଢିଯାଏ ।
Follow Us