ବିସ୍ଫୋରଣ ସ୍ଥଳ ଭାବରେ ପରିଚିତ ସିରିୟା ପ୍ରତିଦିନ ବିସ୍ଫୋରଣ ତାଣ୍ଡବର ଶିକାର ପାଲଟୁଛି । ୨୦୧୫ ମସିହାରେ ତୁର୍କୀର ସିରିୟାରେ ତିନି ବର୍ଷର ଜଣେ କୁନି ଝିଅ ଆୟଲାନ୍ କୁର୍ଦୀର ଫଟୋ ସାରା ଦୁନିଆକୁ ବିଚଳିତ କରିଥିବା ବେଳେ ଏବେ ସେହିଭଳି ଆଉ ଏକ ଫଟୋ ସିରିୟାର ଇଦଲିବ୍ ରୁ ଆସିଛି । ଏହି ଫଟୋରେ ଆକ୍ରମଣରେ ଧ୍ୱସଂ ହୋଇଥିବା ଏକ ବିଲଡିଙ୍ଗ୍ ର ଧ୍ୱସାଂବଶେଷ ତଳେ ଜଣେ ୫ ବର୍ଷର କୁନି ଝିଅ ଫସିରହିଥିବାର ଦେଖାଯାଉଛି । କଅଁଳ ଝିଅଟିକୁ ଦେଖନ୍ତୁ କଷ୍ଟ ପାଇ ମଧ୍ୟ ସେ ନିଜ ୭ ମାସର ଭଉଣୀର ହାତ ଛାଡୁନାହିଁ । ଏହି ଲୋମଟାଙ୍କୁରା ଫଟୋଟିକୁ ଦେଖିଲେ ଖୁବ୍ ବିଚଳିତ ଲାଗୁଛି କାରଣ ଏହି ଆକ୍ରମଣ ହେବା ସମୟରେ କୁନି ବୟସର ବଡ ଭଉଣୀ ସାନ ଭଉଣୀର ହାତକୁ ଭିଡି ଧରିଛି ଏବଂ ଉପରୁ ମୁଣ୍ଡରେ ହାତ ଦେଇ ବାପା ତଳେ ଥିବା ଲୋକଙ୍କୁ ଦୁଇ ଝିଅଙ୍କୁ ବଂଚାଇବା ପାଇଁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି । ଏହି ଘଟଣା ପରେ ଦୁଇ ଭଉଣୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସାନଭଉଣୀଙ୍କୁ ବଂଚାଇବାକୁ ଯାଇ ବଡଭଉଣୀ ନିଜ ଜୀବନ ହାରି ଦେଇଥିଲା ।

Advertisment

publive-image

କୁହାଯାଉଛି ଯେ ଉତ୍ତର ପଶ୍ଚିମ ପ୍ରାନ୍ତର ଇଦଲିବ୍ ରେ ସିରିୟା ସରକାର ଏବଂ ଋଷ୍ ସହଯୋଗୀ ବୋମାବର୍ଷଣ କରୁଛନ୍ତି । ଏହି ଆକ୍ରମଣରେ କିଛି ଦିନ ତଳେ ଗୋଟିଏ ବିଲଡିଙ୍ଗ୍ ଧ୍ୱସଂ ହୋଇଯାଇଥିଲା । ଏହି ଆକ୍ରମଣ ସମୟରେ ଉକ୍ତ ବିଲଡିଙ୍ଗରେ ୫ ବର୍ଷର ରିହମ୍ ଅଲ-ଅବଦୁଲ୍ଲା ନିଜ ୭ ମାସର ଭଉଣୀ ତୁକା ଏବଂ ଦଲିୟା ସହ ଥିଲା । ଆକ୍ରମଣ ସମୟରେ ନିଜ ଦୁଇ ଭଉଣୀର ହାତ ଛାଡିନଥିଲା ବଡ ଭଉଣୀ ।

ଫଟୋରେ ଦେଖାଯାଉଛି ଯେ ଶେଷ ପର୍ଯ୍ୟନ୍ତ ରିହମ୍ ସାନଭଉଣୀ ତୁକାର ଟି-ସାର୍ଟକୁ ଜାବୁଡି ଧରିଛି ଏବଂ ଉପରୁ ବାପା ଅମଜଦ୍ ଲୋକମାନଙ୍କୁ ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି । ତେବେ ରିହମ୍ ର ମୃତ୍ୟୁ ହୋଇଥିବା ବେଳେ ତୁକାର ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ଦଲିୟା ଛାତିରେ ଆଘାତ ଲାଗିଛି ।