୬ ମାସ ହେଲା ମିଳୁନି କୁନି ପୁଅର ପତ୍ତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର । ସମ୍ବଲପୁର ଯୁଯୁମୁରାରୁ ଆସିଲା ହୃଦୟବିଦାରକ ଘଟଣା । 

158

କନକ ବ୍ୟୁରୋ: ୬ ମାସ ହେଲା ମିଳୁନି କୁନି ପୁଅର ପତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରାର ପରିବାର । ଦିନେ ଛୁଆର ହସକାନ୍ଦରେ ପୁରି ଉଠୁଥିଲା ଘର । ହେଲେ ଘର ପଛପଟେ ଖେଳୁଥିବା ବେଳେ ନିିଖୋଜ ହୋଇଯାଇଛି ଦେଢ ବର୍ଷର ପୁଅ ଲିପୁନ୍ । ପୁଅ ନିଖୋଜ ହେବା ଦିନରୁ ଘର ଗାଏବ ହଜି ଯାଇଛି ହସ ।

ପୁଅର ଫଟୋ ଦେଖି କୋହ ସମ୍ଭାଳିପାରୁନି ମାଆ । ନିଖୋଜ ପୁଅକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି ମାଆ । ସମ୍ବଲପୁର ଯୁଯୁମୁରା ବ୍ଲକ ଗଇଲଗୁଡି ଗାଁର ଜଣ ମାଆଙ୍କ କୋହଭରା କାହାଣୀ । ଘର ପଛପଟେ ଖେଳୁଥିବା ବେଳେ ଅଚାନକ୍ ନିଖୋଜ ହୋଇଗଲା ଦେଢ ବର୍ଷର ପୁଅ ଲିପୁନ୍ । ଗତବର୍ଷ ଜୁନ୍ ୧୯ ତାରିଖରୁ ଲିପୁନ୍ର ପତା ମିଳୁନଥିବା ବେଳେ ଏବେ ପୁଅ ଫେରିବା ବାଟକୁ ଚାହିଁ ରହିଛି ମାଆ ।

ଲିପୁନ ନିଖୋଜ ନେଇ ସେତେବେଳେ ପରିବାର ଲୋକ ଯୁଯୁମୁରା ଥାନାରେ ଜଣାଇଥିଲେ । ପୁଲିସ  ଲଗାତାର ୩ ଦିନ ଖୋଜିଥିଲା । ଅଗ୍ନିଶମ ବିଭାଗ ବି ଗାଁକୁ ଲାଗି ଥିବା ଜଙ୍ଗଲରେ ୨ଦିନ ଖୋଜିବା ସହ ଘର ପାଖରେ ଥିବା କୂଅକୁ ମଧ୍ୟ ଶୁଖାଇଥିଲା । ହେଲେ ଲିପୁନ୍ ବାବଦରେ କିଛି ବି ସୁରାକ ମିଳିନଥିଲା । ତେବେ ବର୍ତମାନ ରାଜ୍ୟରେ ଶିଶୁ ନିଖୋଜ ଘଟଣା ଚର୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ ଲିପୁନକୁ ଫେରି ପାଇବା ନେଇ ଶବର ପରିବାରର ଆଶା ପୁଣି ଉଜ୍ଜିବିତ ହୋଇଛି ।