ପିପିଇ କିଟ୍ ପିନ୍ଧି ମଶାଣୀରେ ମୃତ ସ୍ୱାମୀଙ୍କ ମୁହଁରେ ମୁଖାଗ୍ନୀ ଦେଲେ ସ୍ତ୍ରୀ, ମହାମାରୀବେଳେ ମାଥିଲିରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ…

593

କନକ ବ୍ୟୁରୋ: କରୋନାର କରୁଣ ସ୍ଥିତି । ଭୂତାଣୁ ସଂକ୍ରମଣରେ ଚାଲିଗଲା ସ୍ୱାମୀଙ୍କ ଜୀବନ । କରୋନାରେ ମୃତ୍ୟୁ ହୋଇଥିବାରୁ ପାଖକୁ ଆସିଲେନି ସମ୍ପକୀୟ କି ଗ୍ରାମବାସୀ । ଶେଷରେ ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ । ପିପିଟି କିଟ୍ ପିନ୍ଧି ଦାହ ସଂସ୍କାରର ପରମ୍ପରାକୁ ସମ୍ପୂର୍ଣ୍ଣ କରିବାକୁ ଆଗକୁ ଆସିଲେ ପତ୍ନୀ । ଏପରି ଏକ ହୃଦୟ ବିଦାରକ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରୁ ।

ଗତକାଲି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ପଠାଯାଇଥିଲା । ତେବେ ଅଧାରାସ୍ତାରେ ଆଖି ବୁଜିଥିଲେ କୃଷ୍ଣଚନ୍ଦ୍ର । ସମ୍ପୂର୍ଣ୍ଣ କରୋନା ଗାଇଡଲାଇନ୍ ପାଳନ କରି ଆନ୍ଧ୍ର ପ୍ରଦେଶର ଏକ ଆଂବୁଲାନ୍ସ ଜରିଆରେ ମାଥିଲି ବ୍ଲକର ମନ୍ଦାପାଲି ଗାଁକୁ ଆସିଥିଲା ଶବ । ହେଲେ ଗାଁରେ ଶବ ପାଖକୁ କେହି ଆସିଲେନି ।

ଏପରିକି ଗାଁରେ ପରିବାର ଓ ସମ୍ପର୍କୀୟ ବି ଶବ ଠାରୁ ବହୂଦୂରରେ ରହି ଅନ୍ତିମ ଦର୍ଶନ କଲେ । ଏପରି ସ୍ଥିତିରେ ପିପିଟି କିଟ୍ ପିନ୍ଧି ପତ୍ନୀ ନିଜେ ମୁଖାଗ୍ନି ଦେଇଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କୃଷ୍ଣଚନ୍ଦ୍ରଙ୍କ କରୋନା ରିପୋର୍ଟ ଏଯାଏଁ ଆସିନାହିଁ ।