କରୋନା ଲଢେଇ ସମୟରେ ଛତିଶଗଡରୁ ଆସିଲା ହୃଦୟ ବିଦାରକ ଚିତ୍ର: ଛୁଆକୁ ଧରି ବିପଦପୂର୍ଣ୍ଣ ଭାବେ ଚଢୁଛନ୍ତି ଶ୍ରମିକ; ସୋସିଆଲ ମିଡିଆରେ ଫଟୋ ଭାଇରାଲ

ସେପଟେ, ଘର ବାହୁଡା ପାଇଁ ପ୍ରବାସୀଙ୍କ ଖଚାଖଚ ଭିଡ

1,287

କନକ ବ୍ୟୁରୋ: କରୋନା ସହ ଲଢେଇ କରୁଛି ସାରାଦେଶ । ଏହି ସମୟରେ ବିଭିନ୍ନ ସ୍ଥାନରେ ହଜାର ହଜାର ଶ୍ରମିକ ଫସିରହିଛନ୍ତି । ଏହାରି ଭିତେରେ ଛତିଶଗଡରୁ ଶ୍ରମିକ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି । ନିଜ ଶିଶୁକୁ ବିପଦପୂର୍ଣ୍ଣ ଭାବେ ଧରି ଶ୍ରମିକ ଟ୍ରକ ଉପରକୁ ଯାଉଛନ୍ତି । ଗୋଟିଏ ପଟେ ଟ୍ରକ ଦଉଡି ଓ ଅନ୍ୟ ପଟେ ଶିଶୁ । ଆଉ ମା ନିଜ ଶିଶୁକୁ ବଢାଇଦେଉଛନ୍ତି । ଛତିଶଗଡ ଏହି ଫଟୋ ଏବେ ଚାଲିଆଡେ ଚର୍ଚ୍ଚାର ବିଷୟ ହୋଇଛି । ନିଜ ଶିଶୁକୁ ଧରି ମା, ବାପା ଓ ପୁଅ ଟ୍ରକକୁ ଚଢିବା ପାଇଁ ସଂଘର୍ଷ କରୁଛନ୍ତି ।

ସେପଟେ, ଘର ବାହୁଡିବା ପାଇଁ ବସ ପାଖରେ ଖଚାଖଚ ଭିଡ । ଜୀବିକା ଠପ୍ ହୋଇଯିବା ପରେ ଜୀବନ ବଂଚାଇ ନିଜ ଘରକୁ ଫେରିବା ବ୍ୟାକୁଳ ପ୍ରବାସୀ ଓଡିଆ ବସ ପାଖରେ ରୁଣ୍ଡ ହୋଇଛନ୍ତି । ୫୦ ଦିନର ତାଲାବନ୍ଦ କଟକଣା ଭିତରେ ଅଣନିଶ୍ୱାସୀ ହୋଇ ପଡିଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ପାଇଁ ଅନୁମତି ମଳିଛି । ଆଜି ମୁମ୍ବାଇ ଲୋକମାନ୍ୟ ତିଲକ ଟର୍ମିନାଲରୁ ଓଡିଶା ଅଭିମୁଖେ ଯାତ୍ରା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ଆଉ ଟ୍ରେନ ଯାଏଁ ପ୍ରବାସୀଙ୍କୁ ନେବା ପାଇଁ ବସ୍ର ବ୍ୟବସ୍ଥା କରାଯାଇଛି ।

ବସ ଆସି ପହଁଚିବା ପରେ ଶହଶହ ସଂଖ୍ୟକ ପ୍ରବାସୀ ଓଡିଆ ବସ୍ ପାଖରେ ପହଁଚିଥିଲେ । ବସ୍ ଚଢି ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନାଲରେ ପହଂଚିବେ । ସେଠାରୁ ସ୍ୱତନ୍ତ୍ର ଟ୍ରେନରେ ଘରକୁ ଫେରିବେ । ଏଲଟିଟିରୁ ଆସୁଥିବା ଟ୍ରେନ୍ ବ୍ରହ୍ମପୁରରେ ପହଂଚିବା ପରେ ଶ୍ରମିକମାନେ ନିଜ ନିଜ ଅଂଚଳକୁ ଯିବେ । ସେଠାରେ ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯିବ ।