ସାମ୍ନାକୁ ଆସିଲା ମସ୍କୋ ନର ସଂହାରର ଛାତିଥରା ଦୃଶ୍ୟ । ହତ୍ୟାକାଣ୍ଡର ଭିଡିଓ ଜାରି କଲା ଆତଙ୍କବାଦୀ ସଙ୍ଗଠନ ଆଇଏସଏସ୍ ।

157

କନକ ବ୍ୟୁରୋ: ଋଷ ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଛାତିଥରା ଭିଡିଓ ସାମ୍ନାକୁ ଆସିଛି । ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଏସ୍ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି । ମସ୍କୋର ସିଟି ହଲ କମ୍ପେ୍ଳକ୍ସ ମଲରେ ପଶି ୪ ଜଣ ଆତଙ୍କବାଦୀ ଘଟାଇଥିବା ନରହତ୍ୟାର ଭୟଙ୍କର ଭିଡିଓ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମୁଖା ପିନ୍ଧା ଚାରିଜଣ ଆତଙ୍କବାଦୀ ମଲ ଭିତରେ ପଶି କାହାର ବେକ କାଟି ତ କାହାକୁ ଗୁଳି କରି ହତ୍ୟା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଏହି ଅକ୍ରମଣରେ ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ଅଛନ୍ତି । ଘଟଣାକୁ ନେଇ ଆମେରିକା, ଭାରତ, ଚୀନ ସମେତ ସାରା ବିଶ୍ୱ ନିନ୍ଦା କରିଛି । ଆତଙ୍କ ଘଟାଇଥିବା ଚାରି ଆତଙ୍କବାଦୀଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । ୟୁନିଫର୍ମ ପିନ୍ଧିଥିବା ଆକ୍ରମଣକାରୀମାନେ ଆଖିବୁଜା ଗୁଳି ଚଳାଇଥବାର ଭିଡିଓ ଆସିଛି । ନିକଟରେ ପୁଟିନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହାପରେ ଆତଙ୍କବାଦୀ ଆକ୍ରମଣକୁ ଏକ ଷଡଯନ୍ତ୍ର ବୋଲି ବିଚାର କରାଯାଉଛି ।

ଋଷର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେନା ପୋଷାକ ପିନ୍ଧିଥିବା ଅନେକ ବନ୍ଧୁକଧାରୀ ମସ୍କୋର ଏକ ବଡ଼ କନସର୍ଟ ହଲ୍ ରେ ପଶିଥିଲେ । ଏହାପରେ ଉପସ୍ଥିତ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ । ଆକ୍ରମଣକାରୀମାନେ ବିସ୍ଫୋରକ ସାମଗ୍ରୀ ମଧ୍ୟ ବ୍ୟବହାର କରିଥିଲେ, ଯାହା ଫଳରେ କ୍ରୋକସ୍ ସିଟି ହଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।