କୋକେଇରେ ଶୋଇଛନ୍ତି ବାପା, ଅନ୍ତିମ ଶଯ୍ୟାରେ ଚିକିତ୍ସା କରି ବାପାଙ୍କ ଇଚ୍ଛା ପୂରଣ କଲା ଡାକ୍ତରୀ ପଢ଼ିଥିବା ପୁଅ । ରାୟଗଡ଼ାରୁ ଆସିଲା ଦୃହୟ ବିଦାରକ ଦୃଶ୍ୟ ।

1,128

କନକ ବ୍ୟୁରୋ: କୋକେଇରେ ବାପା, ଷ୍ଟେଥୋ ପକାଇ ନିଶ୍ୱାସ ଖୋଜୁଛି ପୁଅ । କାଳେ ବାପା ବଞ୍ଚିଥିବେ ସେଇ ଆଶାରେ ବାପାଙ୍କ ଛାତିରେ ଜୀବନ ଅଣ୍ଡାଳୁଛି ଡାକ୍ତରୀ ପୁଅ । ପୂରା କାହାଣୀ ଜାଣିଲେ ଆପଣଙ୍କ ଆଖିର ଲୁହ ଝରିପଡ଼ିବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମିଳିଛି ରାୟଗଡ଼ା ଜିଲ୍ଳା ପଦ୍ମପୁର ବ୍ଳକ୍ର ଗୁଡ଼ିଆ ବନ୍ଧ ଗାଁରେ ।

କୋକେଇରେ ରହିଛି ବାପାଙ୍କ ମୃତଦେହ, ଷ୍ଟେଥୋସ୍କୋପ ପକାଇ ଚିକିତ୍ସା କରୁଛନ୍ତି ଡାକ୍ତରୀ ପଢ଼ୁଥିବା ପୁଅ । ବାପାଙ୍କ ଇଚ୍ଛା ଥିଲା, ପୁଅ ଡାକ୍ତର ହେବ, ଲୋକଙ୍କ ସେବା କରିବ । ପୁଅକୁ ଡାକ୍ତରୀ ପାଠ ପଢ଼ାଇଲେ, ଆଉ କିଛି ଦିନ ପରେ ପୁଅର ପାଠପଢ଼ା ସରିଥାନ୍ତା, ହେଲେ ପୁଅକୁ ଡାକ୍ତର ହୋଇ ସେବା କରିବା ଦେଖିବା ପୁର୍ବରୁ ଆରପାରିକୁ ଚାଲିଗଲେ ବାପା । ବାପା ଲାଡ଼ି ସୋମେଶ୍ୱର ରାଓ, ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ । ଜିଲ୍ଳାର ଜଣେ ଜଣା ଶୁଣା ବ୍ୟକ୍ତି । ତାଙ୍କର ସ୍ୱପ୍ନ ଥିଲା ପୁଅ ତାଙ୍କର ଗରିବଙ୍କ ସେବା କରିବ, ସେଥିପାଇଁ ପୁଅକୁ ଡାକ୍ତର କରିବାକୁ ଲାଗି ପଡ଼ିଥିଲେ ସେ । ହେଲେ ଡିସେମ୍ବର ୧୮ ତାରିଖରେ ହୃଦଘାତରେ ସୋମେଶ୍ୱରଙ୍କର ମୃତ୍ୟୁ ହୋଇଗଲା । ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିବାକୁ ଯାଇ ବାପାଙ୍କ ଶେଷଶଯ୍ୟାରେ ଚିକିତ୍ସା କରିଥିଲେ ପୁଅ । ଆଉ ଏହି ଦୃଶ୍ୟ, ସମସ୍ତଙ୍କ ହୃଦୟକୁ ଚହଲାଇ ଦେଇଥିଲା ।