ଝିଅକୁ ମାରିବାକୁ ଡ୍ରାଇଭରକୁ ସୁପାରୀ ଦେଇଥିଲା ମାଆ । ମୁଣ୍ଡକୁ ଛେଚି ମାରିବା ପରେ ପାଣିରେ ପିଙ୍ଗି ଦେଇଥିଲେ ହତ୍ୟାକାରୀ । ବାଲେଶ୍ୱରରୁ ଆସିଲା ଲୋମଟାଙ୍କୁରା କାହାଣୀ ।

998

କନକ ବ୍ୟୁରୋ: ଝିଅକୁ ମାରିବା ପାଇଁ ମା ଦେଲା ସୁପାରୀ । ଇଏ ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣ ତାଜୁବ ହୋଇଯିବେ । ୩୬ ବର୍ଷର ବିବାହିତା ଝିଅକୁ ଜୀବନରେ ମାରିଦେବା ପାଇଁ ୫୮ବର୍ଷିୟ ମା ଦେଇଥିଲା ସୁପାରୀ । ପୋଲିସର ସୂଚନା ଅନୁସାରେ ଝିଅ ମଦ ବେପାର କରିବା ସହିତ ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲା । ଏଥିରୁ ନିବୃତ ରହିବା ପାଇଁ ମା ବାରମ୍ବାର ଉଦ୍ୟମ କରି ଫେଲ ମାରିଥିଲା । ଝିଅର ୨ ଜଣ ପଢୁଆ ସନ୍ତାନ ରହିଥିବାରୁ ଏମାନଙ୍କ ଉପରେ ଭବିଷ୍ୟତରେ ଖରାପ ପ୍ରଭାବ ଆଶଙ୍କା କରି ନିଜ ଝିଅକୁ ଜୀବନରେ ମାରିଦେବା ପାଇଁ ନିଷ୍ପତି ନେଇଥିଲା ମା । ଆଉ ଏଥିପାଇଁ ଡ୍ରାଇଭର ପ୍ରମୋଦକୁ ଦେଇଥିଲା ୫୦ ହଜାର ଟଙ୍କାର ସୁପାରୀ ।

ତେବେ କିଛି ଦିନ ପୂର୍ବରୁ ୮ ହଜାର ଟଙ୍କା ଆଡଭାନ୍ସ ଆକାରରେ ଦିଆଯାଇଥିଲା । ହତ୍ୟା କରିବା ପରେ ୪୨ ହଜାର ଦେବାପାଇଁ ଡିଲ କରିଥିଲା ମା । ତେବେ ହତ୍ୟାକାଣ୍ଡ ଜଣାପଡିବା ପରେ ପୋଲିସ ମା ସମେତ ୨ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ୪ ଜଣ ସମ୍ପୃକ୍ତ ଥିଲେ । ବାକି ୨ ଜଣଙ୍କୁ ଖୋଜୁଛି ପୋଲିସ । ପୋଲିସର କହିବା ଅନୁସାରେ ପ୍ରଥମେ ଦୁବୃ ର୍ତ ମାନେ ଝିଅଟିକୁ ମଦପିଆଇ ନିଶାଗ୍ରସ୍ତ ଅବସ୍ଥାରେ ପଥରରେ ଛେଚି ହତ୍ୟା କରିଥିଲେ ଓ ପାଣିରେ ଫୋପାଡି ଦେଇଥିଲେ । ପାଣିରୁ ଇଟାଟିକୁ ମଧ୍ୟ ଜବତ କରିଛି ପୋଲିସ ।