କନକ ବ୍ୟୁରୋ: ମଧ୍ୟପ୍ରଦେଶ ରିବାରେ ଘଟିଛି ଅଭାବନୀୟ ଘଟଣା । କାନପୁରରୁ ବର ଆସିଥିଲା ରିବାକୁ । କନ୍ୟା ଘରେ ପହଞ୍ଚିବାକୁ ଆଉ ମାତ୍ର କିଛି ବାଟ ଥିଲା । ହେଲେ ତା’ ପୂର୍ବରୁ ଘଟିଲା ଅଘଟଣ । ବିବାହର ଖୁସିରେ ଦୁଃଖର ବାଦଲ ଘୋଟିଆସିଥିଲା ।

Advertisment

ମଧ୍ୟରେ ନାଚି ନାଚି ଯାଉଥିବାବେଳେ ୩୨ ବର୍ଷିୟ ଯୁବକଙ୍କୁ ହୃଦଘାତ ହୋଇଥିଲା । ସେହିଠାରେ ହିଁ ସେ ଟଳିପଡିଥିଲେ । ତାଙ୍କୁ ତୁରନ୍ତ ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇସାରିଛି ବୋଲି ଡାକ୍ତର ଘୋଷଣା କରିଥିଲେ ।