କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । କ୍ରାଇମବ୍ରାଞ୍ଚର ସଂଶୋଧିତ ଆବେଦନ ଉପରେ ହେବ ଶୁଣାଣି । ଆଜି ଝାରସୁଗୁଡା ଜିଲ୍ଲା ଦୌରଜଜ କୋର୍ଟ ଏହି ଶୁଣାଣି କରିବେ । ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ଏହି ଆବେଦନ କରାଯାଇଛି । ଗତ ୨୦ ତାରିଖରେ ତଳ କୋର୍ଟ ସମାନ ଆବେଦନ କରିଥିଲା । କିନ୍ତୁ କୋର୍ଟ ଖାରଜ କରିଦେଇଥିଲେ । ଆଉ ଚୌଦ୍ୱାର ଜେଲରେ ଗୋପାଳର ସମସ୍ତ ମାନସିକ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisment

ହେଲେ କ୍ରାଇମବ୍ରାଞ୍ଚ ତଳ କୋର୍ଟର ଆବେଦନକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଦୌରାଜଜ କୋର୍ଟର ଦ୍ୱାରସ୍ଥ ହୋଇଛି । ଅଧିକ ତଦନ୍ତ ପାଇଁ ବାଙ୍ଗାଲୋର ସ୍ଥିତ ନିମାହାନ୍ସକୁ ଗୋପାଳକୁ ନେବା ପାଇଁ ଆବେଦନ କରିଛି । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୨୯ ଦିନ ପୂରଣ ହୋଇଛି । ହେଲେ ଏଯାବତ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଧିକ ତଦନ୍ତ ପାଇଁ ଏଫବିଆଇର ସାହାଯ୍ୟ ନେବାକୁ ରାଜ୍ୟ ସରକାର ଅନୁମତି ମାଗିଛନ୍ତି । ଗୋପଳ ମାନସିକ ରୋଗରେ ଆକ୍ରାନ୍ତ ବୋଲ କ୍ରାଇମବ୍ରାଞ୍ଚ ଏକ ପ୍ରେସ ରିଲିଜ କରି କହିଥିଲା ।