ଅଡୁଆରେ ପଡିଲେ ସଲମାନ୍ ଖାନ୍ ! ଅଦାଲତକୁ ଦେଇଥିଲେ ମିଛ ପ୍ରମାଣ ।

ଅଡୁଆରେ ପଡିଲେ ସଲମାନ୍ ଖାନ୍ ! ଅଦାଲତକୁ ଦେଇଥିଲେ ମିଛ ପ୍ରମାଣ ।

ବଲିଉଡ ଅଭିନେତା ସଲମାନ ଖାନଙ୍କ ବିରୁଦ୍ଧରେ ଅଦାଲତକୁ ଭୂଆଁ ବୁଲାଇଥିବା ମାମଲାରେ ୨୯ ନଭେମ୍ବରକୁ ଯୁକ୍ତି ଉପସ୍ଥାପନା କରିବେ । ଏହି ମାମଲାରେ ବିଚାରାଧୀନ ଧାରା ୩୪୦ର ଦୁଇ ପ୍ରାର୍ଥନା ପତ୍ର ଉପରେ ଆଡିସନାଲ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଶୁଣାଣି ପରେ ୨୯ ନଭେମ୍ବରକୁ ତାରିଖ ଭାବରେ ଧାର‌୍ୟ୍ୟ କରିଛନ୍ତି । ଏହି ମାମଲାରେ ୭ ବର୍ଷ ଜେଲ ଦଣ୍ଡ ହେବା ଉଲ୍ଲେଖ ରହିଛି । ଏହି ଦୁଇ ପ୍ରାର୍ଥନା ପତ୍ରକୁ ନେଇ ସଲମାନଙ୍କ ସମସ୍ୟା ବଢିପାରେ ।

publive-image

ସଲମାନଙ୍କ ଉପରେ ଆରୋପ ରହିଛିଯେ ସେ ସ୍ୱାସ୍ଥ୍ୟ ଠିକ ନଥିବା କଥା ବା କାନରେ କଷ୍ଟ ଅନୁଭବ ହେଉଥିବା କଥା କହି କୋର୍ଟରେ ପହଂଚିପାରିବେ ନାହିଁ ବୋଲି କହିଥିଲେ,କିନ୍ତୁ ସେହି ସମୟରେ ସେ କାଶ୍ମୀରରେ ଫିଲ୍ମ ବଜରଙ୍ଗୀ ଭାଇଜାନର ସୁଟିଂ କରୁଥିଲେ । ଏହି ମାମଲାକୁ ନେଇ ବନ୍ୟ ଅଧିକାରୀ ଲଳିତ ବୋଡ଼ା ସଲମାନ କୋର୍ଟକୁ ଭୂଆଁ ବୁଲାଇଥିବାରୁ ତାଙ୍କ ବିରୁଦ୍ଧରେ ମୁକଦ୍ଦମା କରିବା ପାଇଁ ଅପିଲ କରିଛନ୍ତି । ସଲମାନଙ୍କ ଉପରେ ଅନ୍ୟ ଏକ ଆରୋପ ରହିଛିଯେ ନିଜ ନିକଟରେ ଅସ୍ତ୍ର ରଖିଥିବା ହେତୁ ପ୍ରାମଣ ସ୍ୱରୂପ ତାଙ୍କୁ ଲାଇସେନ୍ସର କପି ଦାଖଲ କରିବାର ଥିଲା । କିନ୍ତୁ ସେ ହଜି ଯାଇଥିବା କାରଣ ଦର୍ଶାଇଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଏହାର ରିନ୍ୟୁ ପାଇଁ ଆବେଦନ କରିଥିଲେ,ଯାହାପରେ ଏହି ମିଛ ଘଟଣା ସାମ୍ନାକୁ ଆସିଥିଲା ।ତାଙ୍କୁ ଲାଇସେନ୍ସ ମାଗିବା ପରେ ମଧ୍ୟ ସେ ଦାଖଲ କରିନଥିଲେ ।ତେବେ ଏହି ଘଟଣା ଏବେ ମଧ୍ୟ ବିଚାରାଧୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe