ଆର୍‌ୟନ୍‌ଙ୍କ ଜାମିନ ଆବେଦନର ଶୁଣାଣି ଜାରି, ଆଜି ନ ମିଳିଲେ ଆଉ ୫ ଦିନ ଜେଲରେ

82

କନକ ବ୍ୟୁରୋ: ବିଳମ୍ବରେ ସରକାରୀ ଓକିଲ ପହଂଚିବା ପରେ  ମୁମ୍ବାଇ ଅଦାଲତରେ ଆର୍‌ୟନ୍‌ ଖାଁଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ ହୋଇଛି। ଆଜି ଯଦି ତାଙ୍କୁ ଜାମିନ ନ ମିଳେ ତେବେ, ସେ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ।

‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲାରେ ଆନ୍ତର୍ଜାତିକ ‘ଲିଙ୍କ୍‌’ ଥିବା କଥା ‘ଏନ୍‌ସିବି’ ଓକିଲ ତଥା ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଅନୀଲ ସିଂହ କହିଛନ୍ତି। ଏହାଛଡ଼ା, ଆର୍‌ୟନ୍‌ ଖାଁ ପ୍ରଥମ କରି ଡ୍ରଗ୍‌ ଖାଇ ନାହାନ୍ତି, ସେ କିଛି ବର୍ଷ ହେବ ନିୟମିତ ଡ୍ରଗ୍‌ ଖାଇ ଆସୁଛନ୍ତି। ଏହାର ପ୍ରମାଣ ‘ହ୍ଵାଟ୍ସ୍‌ଆପ୍‌ ଚାଟ୍‌’ ଏବଂ ‘ଫଟୋ’ ବୋଲି ‘ଏନ୍‌ସିବି’ ଓକିଲ କହିଛନ୍ତି। ଅର୍ବାଜ୍‌ ମର୍ଚାଣ୍ଟ୍‌ଙ୍କ ପାଖରୁ ଜବତ ହୋଇଥିବା  ଡ୍ରଗ୍‌ ଆର୍‌ୟନ୍‌ଙ୍କ ପାଇଁ ହିଁ ଆସିଥିଲା ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ତେଣୁ, ଆର୍‌ୟନ୍‌ ଖାନ୍‌ଙ୍କ ପାଖରୁ କୌଣସି ଡ୍ରଗ୍‌ ମିଳିନାହିଁ କହିବା ଠିକ୍‌ ନୁହେଁ।

‘ଏନ୍‌ସିବି’ ତରଫରୁ ‘ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌’ ପହଞ୍ଚି ନ ଥିବାରୁ ମୁମ୍ବାଇ ଅଦାଲତରେ ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣିରେ ବିଳମ୍ବ ହେଉଛି ବୋଲି ତାଙ୍କ ଓକିଲ ଅମିତ ଦେଶାଇ ଏବଂ ତାଙ୍କ ଟିମ୍‌ କିଛି ସମୟ ପୂର୍ବରୁ କହିଥିଲେ। ‘ଏନ୍‌ସିବି’ ଓକିଲ ଚିମଲ୍‌କର୍‌ କହିଥିଲେ, ସେ ବମ୍ବେ ହାଇକୋର୍ଟରୁ ଆସୁଛନ୍ତି। ଦିନ ୧ଟା ସୁଦ୍ଧା ପହଞ୍ଚିବା କଥା।