କର୍ଣ୍ଣାଟକରେ କ୍ୟାମ୍ପସ ଡେଇଁଲା ହିଜାବ ବିବାଦ : ରାସ୍ତାକୁ ଓହ୍ଲାଇଲେ ପ୍ରଦର୍ଶନକାରୀ; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

କର୍ଣ୍ଣାଟକରେ କ୍ୟାମ୍ପସ ଡେଇଁଲା ହିଜାବ ବିବାଦ : ରାସ୍ତାକୁ ଓହ୍ଲାଇଲେ ପ୍ରଦର୍ଶନକାରୀ; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

କନକ ବ୍ୟୁରୋ : କଣ୍ଣାଟକରେ ହିଜାବ ବିବାଦ ବଢିବାରେ ଲାଗିଛି । ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଦିନ ପର୍ଯ୍ୟନ୍ତ ସ୍ପୁଲ କଲେଜ ଗୁଡିକୁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ସେପଟେ ମାମଲା କଣ୍ଣାଟକ ହାଇକୋର୍ଟରେ ପହଂଚି ସାରିଛି । କିନ୍ତୁ ତଥାପି ସିବମୋଗା ଜିଲ୍ଲାରେ ପ୍ରଦର୍ଶନକାରୀମାନେ ରାସ୍ତାକୁ ଉହ୍ଲାଇଥିବା ଦେଖିବାକୁ ମିଳିଛି ।

ସ୍ତିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ପ୍ରଦର୍ଶନକାରୀଙ୍କ ଉପରେ ଲୁହ ବୁହା ଗ୍ୟାସ ମଧ୍ୟ ବ୍ୟବହାର କରିଛି । ସେପଟେ ମାମଲାର ଶୁଣାଣି କରି କଣ୍ଣାଟକ ହାଇକୋର୍ଟ ଛାତ୍ରଛାତ୍ରୀଙ୍କୁ ଓ ଜନସାଧାରଣଙ୍କୁ ଶାନ୍ତି ସୃଂଙ୍ଖଳା ବଜାୟ ରଖିବାକୁ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ମଧ୍ୟ ଛାତ୍ରଛାତ୍ରୀଙ୍କ ଶାନ୍ତି ରକ୍ଷା କରିବା ସହ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଛନ୍ତି ।

ଶିବମୋଗାର ଏକ କଲେଜରେ ଜଣେ ଛାତ୍ର ଏକ ଖୁଣ୍ଟି ଉପରକୁ ଚଢ଼ିଯାଇ ଜାତୀୟ ପତାକା କାଢ଼ି ଦେଇଥିଲେ ଏବଂ ସେହି ସ୍ଥାନରେ ଗେରୁଆ ପତାକା ଉଡ଼ାଇଥିଲେ। ନିକଟରେ ରୁଣ୍ଡ ହୋଇଥିବା ଛାତ୍ରମାନେ ଗେରୁ୍ଆ ପତାକା ଏବଂ ସ୍କାର୍ଭ ଉଡ଼ାଇ ଜୟ ଶ୍ରୀରାମ ଧ୍ବନି ଦେଇଥିଲେ। ଖାଲି ଏତିକି ନୁହେଁ, ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ କରାଯାଇଥିଲା। ଫଳରେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୧୪୪ଧାରା ଜାରି କରାଯାଇଥିଲା ।

ସେହିଭଳି, ହରିହର ଏବଂ ‌ଦାଭେ‌ଙ୍ଗେରେରେ ବହୁ ସଂଖ୍ୟାରେ ହିଜାବ ପିନ୍ଧିଥିବା‌ ଆନ୍ଦୋଳନକାରୀ ଏବଂ ଗେରୁଆ ସାଲ୍‌ ପିନ୍ଧିଥିବା ଆନ୍ଦୋଳନକାରୀ ପରସ୍ପର ଉପରକୁ ମଧ୍ୟ ଟେକା ପଥର ମାଡ଼ କରିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ର‌ୟୋଗ କରିଥିଲେ।

ମାଣ୍ଡିଆର ଏକ କଲେଜ୍‌ରେ ଗେରୁ୍ଆ ସ୍କାର୍ଭ ପକାଇଥିବା କିଛି ଛାତ୍ରଛାତ୍ରୀ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଜଣେ ମୁସଲିମ ଛାତ୍ରୀଙ୍କୁ ‌‌ଠେଲାପେଲା କରିବାକୁ ଚେଷ୍ଟା କରିଥିବା‌ ଅଭିଯୋଗ ହୋଇଛି। ଏହାର ଜବାବରେ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ‘ଆଲ୍ଲା ହୁ ଆକ୍‌ବର’ ସ୍ଲୋଗାନ ଦେଇଥିଲେ ଏବଂ ସାଥୀମାନଙ୍କୁ ଏଭଳି କରିବା ପାଇଁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe