ସିନେମା ହଲ୍ ହେଉ କିମ୍ବା ଯାତ୍ରା ସମୟରେ ଅଧିକାଂଶ ସମୟରେ ଟାଇମ୍ ପାସ୍ ପାଇଁ ଆମେ ସିଝା ବାଦାମ୍ କିଣି ଖାଇଥାଉ । ଏହି ସିଝା ବାଦାମ୍ ଯେ କେବଳ ଟାଇମ୍ ପାସ୍ ପାଇଁ ଖିଆଯାଏ ତାହା ନୁହଁ ଏଥିରେ ଅନେକ ପ୍ରକାରର ରୋଗ ନାଶକ ତତ୍ତ୍ୱ ମଧ୍ୟ ମିଳିଥାଏ । ୬୦ ଟି ରୋଗକୁ ନାଶ କରିବାରେ ସହାୟକ ହୁଏ ଏହି ସିଝା ବାଦାମ୍ । ଏହା ସତ ଯେ ସିଝା ବାଦାମ୍ ଏକ ସଂପୂର୍ଣ୍ଣ ଆହାରର କାମ କରିଥାଏ । ପୌଷ୍ଟିକ ଆହାରରେ ସମ୍ପୁର୍ଣ୍ଣ ରୁପରେ ଭରପୁର ଥିବା ଏହି ତତ୍ତ୍ୱ ଭାଜି ଖାଇବା ଅପେକ୍ଷା ସିଝାରେ ଖାଇଲେ ଏହାର କ୍ୟାଲୋରୀ ୪ ଗୁଣ ବଢିଯାଇଥାଏ । ଗବେଷକଙ୍କ ମତରେ ୧୦୦ ଗ୍ରାମ୍ ସିଝା ବାଦାମରେ ୨୮୦ କ୍ୟାଲୋରୀ ଥାଏ । ସିଝା ବାଦାମ୍ ଖାଇବା ଦ୍ୱାରା ଆମ ଶରୀରକୁ ଫୁର୍ତ୍ତି ମିଳିଥାଏ । ଯଦି ଆପଣ ନିଜ ଓଜନକୁ କମ୍ କରିବାକୁ ଚାହାନ୍ତି ତେବେ ଆହାରରେ ସିଝା ବାଦାମ୍ ନିଶ୍ଚୟ ସାମିଲ କରନ୍ତୁ ।
ଏଥିରେ ଅଧିକ ଫାଇବର ମଧ୍ୟ ଥାଏ ଯାହା ଖାଇବା ଦ୍ୱାରା ଖାଦ୍ୟ ମଧ୍ୟ ଜଲଦି ହଜମ ହୋଇଥାଏ ଏବଂ ଏଥିରେ ଅନ୍ତନଳୀ ବି ସଫା ହୋଇଥାଏ । ଏହାସହ ଶରୀରର ମେଟାବଲିଜିମ୍ ମଧ୍ୟ ଭଲ ହୋଇଯାଏ । ଯାହାଦ୍ୱାରା ଶରୀରରେ ଥିବା ଏଳ୍ସଟ୍ରା ଫ୍ୟାଟ୍ ମଧ୍ୟ ଦୂର ହୋଇଥାଏ । ହୃଦୟରୋଗ,ଡାଇବେଟିସ୍ ,କୋଷ୍ଠକାଠିନ୍ୟ,ମୋତିଆବିନ୍ଦୁ ,ଛୋଟ ପିଲାଙ୍କ ମସ୍ତିଷ୍କର ବିକାଶ ମଧ୍ୟ ହୋଇଥାଏ । ଏହା ଏଥିପାଇଁ ଯେ ଏଥିରେ ଏମିନୋ ଏସିଡ୍ ଏବଂ ଅତ୍ୟଧିକ ପ୍ରୋଟିନ୍ ମଧ୍ୟ ମହଜୁତ୍ ଥାଏ । ମାଂପପେଶୀକୁ ଟାଣ କରିବା ସହ ବିଭିନ୍ନ ଅଙ୍ଗର ବିକାଶ ମଧ୍ୟ କରିଥାଏ । ଏହା ଶରୀରରେ ଲାଲ୍ ରକ୍ତକଣିକା,ଫୋଲେଟ୍ ଏବଂ ଫୋଲିକ୍ ଏସିଡ୍ ପ୍ରସ୍ତୁତ କରିବାରେ ସାହାର୍ୟ୍ୟ କରିଥାଏ । ସିଝା ବାଦାମ୍ ଜନ୍ମ ଦୋଷକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ କ୍ୟାନସର ଉପସମର ତତ୍ତ୍ୱ ମଧ୍ୟ ମିଳିଥାଏ ।