ବୁଷ୍ଟର ଡୋଜକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା : କୋ- ୱିନରେ ପଞ୍ଜିକରଣ ନକରି ଦିଆଯାଉଛି କୋଭିସିଲ୍ଡ

ଫେବୃଆରୀରୁ ୨ଟି ଟିକା ନେଇସାରିଥିବା ଡାକ୍ତର ଲୁଚାଛପାରେ ନେଉଛନ୍ତି ତୃତୀୟ ଡୋଜ

291

କନକ ବ୍ୟୁରୋ : ସାରା ବିଶ୍ୱରେ ଭ୍ୟାକ୍ସିନର ତୃତୀୟ ଡୋଜକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ କର୍ମୀ ଓ ରାଜନେତାଙ୍କ ବୁଷ୍ଟର ଡୋଜ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଜଣେ ଯୁବ ରାଜନେତା, ତାଙ୍କ ପତ୍ନୀ ଓ ଷ୍ଟାଫ ବୁଷ୍ଟର ଡୋଜ୍ ନେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୋ- ୱିନରେ ପଞ୍ଜିକରଣ ନକରି କୋଭିସିଲ୍ଡ ନେଇଛନ୍ତି । ଏହା ସହ ଅଲଗା ଏକ ନମ୍ବର ବ୍ୟବହାର କରି ଟିକା ନେଇଥିବା କୁହାଯାଉଛି ।

ଫେବୃଆରୀରୁ ୨ଟି ଟିକା ନେଇସାରିଥିବା ଡାକ୍ତର ଲୁଚାଛପାରେ ତୃତୀୟ ଡୋଜ ନେଉଛନ୍ତି । ତୃତୀୟ ଡୋଜ୍ ନେବା ପୂର୍ବରୁ କିଛି ଲୋକ ଆଂଟିବଡି ସ୍ତର ମଧ୍ୟ ଯାଂଚ କରିଛନ୍ତି । ପ୍ରଥମ ଦେଶ ଭାବେ ଇସ୍ରାଏଲ ଗତ ଜୁଲାଇ ୩୦ରେ ବୁଷ୍ଟର ଡୋଜ୍ ପାଇଁ ଅନୁମତି ଦେଇଥିଲା । ୬୦ ବର୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେବାର ୫ ମାସ ପରେ ଏହି ଡୋଜ୍ ନେଇପାରିବେ । ବ୍ରିଟେନ୍ ମଧ୍ୟ ୫୦ ବର୍ଷରୁ ଅଧିକ ଲୋକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍ ନେବାକୁ ଅନୁମତି ଦେଇଛି । ସେହିପରି ଫାଇଜର ଟିକା ନେବାର ୮ ମାସ ପରେ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କହିଛି ଆମେରିକା ।