ଦେଶରେ ଟିକାକରଣକୁ ନେଇ ଚିନ୍ତା ଜନକ ଚିତ୍ର : କୋଭାକ୍ସିନ୍ ଅପେକ୍ଷା କୋଭିସିଲ୍ଡକୁ ପସନ୍ଦ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇନଥିବାରୁ ଭରସା କରିପାରୁନାହାନ୍ତି ହିତାଧିକାରୀ

657

କନକ ବ୍ୟୁରୋ : ସାରା ଦେଶରେ କରୋନା ଟିକାକରଣ ସନ୍ତୋଷ ଜନକ ରହିଛି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇଥିଲେ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାକରଣର ୫ ଦିନରେ ୮ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କରୋନା ଯୋଦ୍ଧା ଟିକା ନେଇ ସାରିଲେଣି । ଆପଣ ଜାଣିଛନ୍ତି ଆମ ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ ୨ଟି ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି ।

ହେଲେ ଚିନ୍ତା ବିଷୟ ହେଉଛି, କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ। ଯଦିଓ ସରକାର କେଉଁ ଟିକା ଚୟନ କରିବେ ହିତାଧିକାରୀ ସେ ବିକଳ୍ପ ଦେଇ ନାହାନ୍ତି କିନ୍ତୁ ଯେଉଁଠାରେ କୋଭାକ୍ସିନ ଟିକା ଦିଆଯାଉଛି ସେଠାରେ ଟିକା ନେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା କମିଯାଉଛି । ଏହାର ଅର୍ଥ କୋଭାକ୍ସିନ ନେବାକୁ ଭୟ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ । ବିଶେଷଜ୍ଞଙ୍କ ମତରେ ଅକ୍ସଫୋଡ଼ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇଛି ।

ଏହି ଡାଟା ସର୍ବସାଧାରଣଙ୍କ ପାଇଁ ମଧ୍ୟ ଉପଲବ୍ଧ ରହିଛି । କିନ୍ତୁ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଥିବା ବେଳେ ଏହାକୁ ଅନୁମତି ଦିଆଯାଇଛି । ଅର୍ଥାତ ଏହାର ଡାଟା ସର୍ବସାଧାରଣରେ ଉପଲବ୍ଧ ନଥିବାରୁ ଟିକା ନେବାକୁ ଭୟ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ ।

ଦିଲ୍ଲୀ – 
ସମୁଦାୟ ଟିକା ନେଇଛନ୍ତି- ୧୨,୮୫୩
ଧାର୍ଯ୍ୟ ଲକ୍ଷ୍ୟର ୪୯% ଟିକାକରଣ
କୋଭାକ୍ସିନ ନେଇଛନ୍ତି- ୩୩%
କୋଭିସିଲ୍ଡ ନେଇଛନ୍ତି- ୪୮ %

ମୁମ୍ବାଇ –
ସମୁଦାୟ ଟିକା ନେଇଛନ୍ତି- ୩,୫୨୩
ଧାର୍ଯ୍ୟ ଲକ୍ଷ୍ୟର ୪୯% ଟିକାକରଣ
କୋଭାକ୍ସିନ ନେଇଛନ୍ତି- ୩୧%
କୋଭିସିଲ୍ଡ ନେଇଛନ୍ତି- ୪୯ %

ଚେନ୍ନାଇ –
ସମୁଦାୟ ଟିକା ନେଇଛନ୍ତି- ୨,୬୮୭
ଧାର୍ଯ୍ୟ ଲକ୍ଷ୍ୟର ୫୦% ଟିକାକରଣ
କୋଭାକ୍ସିନ ନେଇଛନ୍ତି- ୪୭%
କୋଭିସିଲ୍ଡ ନେଇଛନ୍ତି- ୫୦%

ପୁଣେ –
ସମୁଦାୟ ଟିକା ନେଇଛନ୍ତି- ୩,୧୮୦
ଧାର୍ଯ୍ୟ ଲକ୍ଷ୍ୟର ୪୯% ଟିକାକରଣ
କୋଭାକ୍ସିନ ନେଇଛନ୍ତି- ୪୭%
କୋଭିସିଲ୍ଡ ନେଇଛନ୍ତି- ୫୩ %

ପାଟନା –
ସମୁଦାୟ ଟିକା ନେଇଛନ୍ତି- ୪୭,୪୧୧
ଧାର୍ଯ୍ୟ ଲକ୍ଷ୍ୟର ୫୫% ଟିକାକରଣ
କୋଭାକ୍ସିନ ନେଇଛନ୍ତି- ୪୯%
କୋଭିସିଲ୍ଡ ନେଇଛନ୍ତି- ୫୫%

ଜୟପୁର – 
ସମୁଦାୟ ଟିକା ନେଇଛନ୍ତି- ୩,୩୭୦
ଧାର୍ଯ୍ୟ ଲକ୍ଷ୍ୟର ୫୩% ଟିକାକରଣ
କୋଭାକ୍ସିନ ନେଇଛନ୍ତି- ୪୯%
କୋଭିସିଲ୍ଡ ନେଇଛନ୍ତି- ୫୫%