ପୁଣି କୋଭିଡ଼ ହସ୍ପିଟାଲରେ ସ୍ୱାସ୍ଥ୍ୟ କର୍ମୀଙ୍କ ମନଖୋଲା ନାଚ : ମୁମ୍ବାଇ ଗୋରେଗାଓଁରେ ପିପିଇ କିଟ୍ ପିନ୍ଧି କରୋନା ଅକ୍ରାନ୍ତଙ୍କ ଆଗରେ ନାଚିଲେ ଡ଼ାକ୍ତର ଓ ନର୍ସ

104

କନକ ବ୍ୟୁରୋ : ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ନାଚ, ଗୀତର ଖବର ବାରମ୍ବାର ଆସୁଛି । ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କୁ ଦିନରାତି ଚିକିତ୍ସା କରି ଚାପରେ ଥିବା ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ କଷ୍ଟ ଲାଘବ ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ମନୋବଳ ବୃଦ୍ଧି ପାଇଁ ଏହା ଜରୁରୀ ମଧ୍ୟ ।

ସେମିତି ଏକ ଚିତ୍ର ଏବେ ମୁମ୍ବାଇ ଗୋରେଗାଓଁରେ ଥିବା ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରୁ ସାମ୍ନାକୁ ଆସିଛି । ଯେଉଁଠି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପିପିଇ କିଟ୍ ପିନ୍ଧି ମନଖୋଲି ନାଚିଛନ୍ତି । ନେସ୍କୋ ପକ୍ଷରୁ ପ୍ରସ୍ତୁତ ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ଗତ ଜୁନ୍ ୨ ତାରିଖରେ ବର୍ଷେ ପୂରିଛି । ଆଉ ସେହି ଖୁସିରେ ସ୍ୱସ୍ଥ୍ୟକର୍ମୀମାନେ କୋଭିଡ ହସ୍ପିଟାଲରେ ନାଚୁଥିବାର ଦେଖିବାକୁ ମିଳିଛି । ଏହି ହସ୍ପିଟାଲରୁ ଅନେକ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ମହାରାଷ୍ଟ୍ରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ ଏହି ହସ୍ପିଟାଲରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଖୁସି ମନାଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ।