କନକ ବ୍ୟୁରୋ : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅନ୍ଧାରରେ ଚାଲିଛି ସ୍ୱାସ୍ଥ୍ୟସେବା । ଘଟଣାକୁ ନେଇ ଓପିଡି ସମ୍ମୁଖରେ ଉତେଜନା ଦେଖିବାକୁ ମିଳିଛି । ଉପଖଣ୍ଡ ଚିକିତ୍ସାଳୟ ଉପରେ ଅନେକ ରୋଗୀ ନିର୍ଭର କରୁଛନ୍ତି    । ହେଲେ ବିଦ୍ୟୁତ୍ ବ୍ୟବସ୍ଥାରେ ବଡ ଅବହେଳା ଦେଖିବାକୁ ମିଳିଛି । ବିଦ୍ୟୁତ୍ କଟିବା ପରେ ଚିକିତ୍ସାଳୟରେ ଡିଜି କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥା ବି ଫେଲ ମାରିଛି । ଘଟଣାକୁ ନେଇ ଉତେଜନା ସୃଷ୍ଟି ହୋଇଛି । ଶନିବାର ଚିକିତ୍ସାଳୟରେ ଦିନ ୨ଟାରୁ ବିଦ୍ୟୁତ୍ କଟିଯାଇଥିବା ବେଳେ ମଧ୍ୟ ରାତି ଯାଏଁ ଆସିନଥିଲା, ଏନେଇ କୌଣସି ବ୍ୟବସ୍ଥା ବି କରାଯାଇନଥିଲା, ଯାହାଫଳରେ ଅନ୍ଧାରରେ ଟର୍ଚ୍ଚ ଲାଇଟ୍ ମାରି ରୋଗୀ ଦେଖୁଛନ୍ତି ଡାକ୍ତର । ଓପିଡିରେ ରୋଗୀଙ୍କ ଭିଡ ଲାଗିଥିବା ବେଳେ ସେପଟେ ଅନ୍ଧାରି ଚିକିତ୍ସାକୁ ନେଇ ଉତେଜନା ଦେଖିବାକୁ ମିଳିଛି । ଡିଜି ବାବଦରେ ଖର୍ଚ୍ଚ ହେଉଥିବା ତେଲକୁ ନେଇ ମାସକୁ ଲକ୍ଷ ଲକ୍ଷ ବିଲ ହେଉଛି, ହେଲେ ଘଂଟା ଘଂଟା ଧରି ଏଭଳି ଅନ୍ଧାରୀ ଚିକିତ୍ସାକୁ ନେଇ ଉତେଜନା ଦେଖିବାକୁ ମିଳିଛି ।