ବରଗଡ଼ରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଭୋଟ ବର୍ଜନ ପାଇଁ ଚେତାବନୀ ଦେଲେ ଅତାବିରାବାସୀ

143

କନକ ବ୍ୟୁରୋ : ବରଗଡ଼ରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାସ୍ଥ୍ୟସେବା । ଡାକ୍ତରଖାନାରେ ଡାକ୍ତର ଅଭାବ କାରଣରୁ ରୋଗୀଙ୍କୁ ମିଳିପାରୁନି ଉପଯୁକ୍ତ ଚିକିତ୍ସା । ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠୁ ନେଇ ବିଭିନ୍ନ ପିଏଚସି ଓ ସିଏଚସିରେ ଆବଶ୍ୟକ ପରିମାଣର ଡାକ୍ତର ନାହାନ୍ତି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏହାର ପ୍ରତିବାଦରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଅତାବିରା ବ୍ଲକ କାଦୋବାହାଲ ଗାଁର ଲୋକେ ।