ଆଇଏଏସ ଅଫିସରଙ୍କୁ ସାନିଟାରୀ ପ୍ୟାଡ୍ ମାଗିଥିବା ଝିଅକୁ ବଡ ଅଫର । ଏବେ ହେଲଥ୍ କେୟାର କମ୍ପାନୀ ଦେବ ସବୁ ସୁବିଧା

Advertisment
ଆଇଏଏସ ଅଫିସରଙ୍କୁ ସାନିଟାରୀ ପ୍ୟାଡ୍ ମାଗିଥିବା ଝିଅକୁ ବଡ ଅଫର । ଏବେ ହେଲଥ୍ କେୟାର କମ୍ପାନୀ ଦେବ ସବୁ ସୁବିଧା

କନକ ବ୍ୟୁରୋ: ବିହାରର ଏକ ବିଦ୍ୟାଳୟରେ ଆଇଏଏସ୍ ଅଫିସର ହରଜୋତ୍ କୌରଙ୍କୁ ସାନିଟାରୀ ପ୍ୟାଡ୍ ମାଗି ଚର୍ଚ୍ଚାକୁ ଆସିଥିବତା ଝିଅଙ୍କୁ ମିଳିଛି ବଡ ଅଫର୍ । ଏକ ହେଲଥ୍ କେୟାର କମ୍ପାନୀ ତାଙ୍କୁ ସ୍ନାତକ ପର୍ଯ୍ୟନ୍ତ ପାଠପଢାର ଖର୍ଚ୍ଚ ବହନ କରିବ । ଏହାସହ ତାଙ୍କୁ ବର୍ଷକ ଯାଏଁ ସାନିଟାରୀ ପ୍ୟାଡ୍ ଯୋଗାଇବ ଏହି କମ୍ପାନୀ ।

ଦିଲ୍ଲୀ ସ୍ଥିତ ଫେମିନିନ୍ ହାଇଜିନ୍ ଫର୍ମ ୱେଟ୍ ଆଣ୍ଡ ପର୍ସନାଲ କେୟାର କମ୍ପାନୀ ପାଟଣାରେ ରହୁଥିବା ରୀୟା କୁମାରୀଙ୍କୁ ୧ ବର୍ଷ ଯାଏଁ ସାନିଟାରୀ ପ୍ୟାଡ ଯୋଗାଇବ । ଏହାସହ ତାଙ୍କର ଗ୍ରାଜୁଏସନ୍ ପଢା ଖର୍ଚ୍ଚ ବହନ କରିବ । କେବଳ ଏତିକି ନୁହେଁ ବସ୍ତିରେ ରହୁଥିବା ସମସ୍ତ ଝିଅ ଓ ମହିଳାଙ୍କୁ ସୁରକ୍ଷା ପାଇଁ ସାନିଟାରୀ ପ୍ୟାଡର ପ୍ରଶ୍ନ ଏକ ସାର୍ବଜନୀନ ମଞ୍ଚରେ ଉଠାଇ ସାହାସ ଦେଖାଇଥିବାରୁ ତାଙ୍କୁ ପୁରସ୍କୃତ କରିବାକୁ ମଧ୍ୟ କମ୍ପାନୀ ପକ୍ଷରୁ ଘୋଷଣା ହୋଇଛି । ଭବିଷ୍ୟତରେ ରୀୟା ଯଦି ଆହୁରି କିଛି ସାହାଯ୍ୟ ଆଶା କରନ୍ତି ତେବେ ସେଥିପାଇଁ ମଧ୍ୟ କମ୍ପାନୀ ସବୁ ସୁବିଧା ଯୋଗାଇବାକୁ ପ୍ରସ୍ତୁତ ବୋଲି କମ୍ପାନୀ ସିିଓ ହରିଓମ୍ ତ୍ୟାଗୀ ଘୋଷଣା କରିଛନ୍ତି ।

କହିରଖୁଁ, ଗତ ସପ୍ତାହରେ ପାଟଣାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଆଇଏଏସ୍ ଅଧିକାରୀ ହରଜୋତ୍ କୌର ଭାମରାଙ୍କୁ ରୀୟା କୁମାରୀ ପଚରିଥିଲେ ଯେ, ସକରାର କ’ଣ ଗରୀବ ଶ୍ରେଣୀ ମହିଳାଙ୍କୁ ୨୦ରୁ ୩୦ ଟଙ୍କା ମଧ୍ୟରେ ସାନିଟାରୀ ପ୍ୟାଡ୍ ଯୋଗାଇପାରିବ? ହେଲେ ଏହାର ଉତ୍ତର ଦେବାକୁ ଯାଇ ଆଇଏଏସ୍ ହରଜୋତ୍ ଏପରି ଏକ ମନ୍ତବ୍ୟ ଦେଇଥିଲେ ଯାହା ତାଙ୍କୁ ସବୁ ମହଲରେ ନିନ୍ଦିତ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe