କନକ ବ୍ୟୁରୋ: କୋଲେଷ୍ଟ୍ରଲ ହେଉଛି ମହମ ପରି ଏକ ପଦାର୍ଥ ଯାହା ଶରୀରର କୋଷଗୁଡ଼ିକରେ ମିଳିଥାଏ । ଏହା ଶରୀରର ପାଇଁ ଜରୁରୀ ଅଟେ କିନ୍ତୁ ଶରୀରରେ ଏହାର ସ୍ତର ବଢିବା କ୍ଷତିକାରକ ଅଟେ । କାରଣ ଉଚ୍ଚ କୋଲେଷ୍ଟ୍ରଲ ଯାହାକୁ ହାଇପର କୋଲୋଷ୍ଟ୍ରୋମିୟା ମଧ୍ୟ କୁହାଯାଏ,ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କାକୁ ବଢାଏ ।

Advertisment

ଶରୀରରେ ଭଲ ଏବଂ ଖରାପ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି କିମ୍ବା ହ୍ରାସ କରିବାରେ ଆପଣଙ୍କର ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବିଶେଷକରି ଶୀତଦିନେ ଆମେ ଏପରି କିଛି ଖାଦ୍ୟ ପଦାର୍ଥ ଖାଆନ୍ତି ଯାହାକି କୋଲେଷ୍ଟ୍ରଲ ସ୍ତର ବୃଦ୍ଧି କରିବାର ଆଶଙ୍କା ରହିଥାଏ ।
ଶୀତଦିନେ କେଉଁ ଖାଦ୍ୟ କୋଲେଷ୍ଟ୍ରଲକୁ ବଢ଼ାଇ ଥାଏ ?

ଥଣ୍ଡା ଦିନରେ ଲୋକମାନେ ସାଧାରଣତଃ ଅଧିକ ତୈଳ ଯୁକ୍ତ ଖାଦ୍ୟ ଖାଇଥାନ୍ତି  । ଯାହାକି କୋଲେଷ୍ଟ୍ରଲ ବୃଦ୍ଧି ହେବାର କାରଣ, ଶୀତଦିନେ ରୋଷେଇରେ ଦେଶୀ ଘିଅ ବହୁଳ ଭାବରେ ବ୍ୟବହୃତ ହୁଏ, ଏହା ଖାଦ୍ୟରେ ସ୍ୱାଦ ଓ ସୁଗନ୍ଧ ଦେଇଥାଏ କିନ୍ତୁ ବିନା ଶାରୀରିକ ବ୍ୟାୟାମରେ ପ୍ରତିଦିନ ଘିଅ ସେବନ କଲେ କୋଲେଷ୍ଟ୍ରଲ ବୃଦ୍ଧି ହେବାର ସମ୍ଭାବନା ଥାଏ ।

ଖାଦ୍ୟକୁ ସୁଆଦିଆ କରିବା ପାଇଁ ଆଜିକାଲି ବଟରକୁ ମଧ୍ୟ ବିଭିନ୍ନ ଖାଦ୍ୟରେ ବ୍ୟବହୃତ କରାଯାଉଛି । ଯାହାର ଅଧିକ ବ୍ୟବହାର ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି କରିଥାଏ ।

ଘରେ ଘରେ ପନିର ହେଉଛି ଏକ ପ୍ରିୟ ଖାଦ୍ୟ । ବିଶେଷକରି ଶୀତଦିନେ ଖାଦ୍ୟରେ ପାଳଙ୍ଗ ପନିର ଏବଂ ପନିର ଟିକ୍କା ପରି ଖାଦ୍ୟକୁ ଲୋକମାନେ ବେଶୀ ପସନ୍ଦ କରିଥାନ୍ତି । ଏଥିରେ ଫ୍ୟାଟ ଭାଗ ଅଧିକ ମାତ୍ରାରେ ଥିବାରୁ ଏହା ମଧ୍ୟ କୋଲେଷ୍ଟ୍ରଲ ବୃଦ୍ଧି କରିବାର କାରଣ ।

ଅଧିକ ମାତ୍ରାରେ ତେଲ ଛଣା ଖାଦ୍ୟର ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ  । ଏହାସହ ଅଧିକ ଫାଷ୍ଟଫୁଡ ଖାଇବା ଦ୍ୱାରା ମଧ୍ୟ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ । ତେବେ ଏହିସବୁ ଖାଦ୍ୟରୁ ଦୂରେଇ ରହିବା ସହ ଖାଦ୍ୟରେ ପ୍ରତିଦିନ ସାଲାଡ଼ ଖାଆନ୍ତୁ ।