କନକ ବ୍ୟୁରୋ : ରାଜ୍ୟରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । କରୋନାକୁ ଭୟକୁ ସମସ୍ତେ ଧୀରେଧୀରେ ଭୁଲିବାକୁ ଲାଗିଥିବା ବେଳେ ପୁଣି ଡରାଇଲାଣି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ, ରାଜ୍ୟରେ ବି କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡିଛି ।
ରାଜ୍ୟରେ କୋଭିଡ଼୍ ସଂକ୍ରମଣ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୫ଟି କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ଟି ମାମଲାକୁ ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ଆଣ୍ଟିଜେନ ପରୀକ୍ଷା ଜରିଆରେ ଆଜି କୋଭିଡ଼୍ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ରୋଗୀଙ୍କ ନମୁନା RTPCR ଟେଷ୍ଟ ପାଇଁ ଦିଆଯାଇଛି । ରିପୋର୍ଟ ଆସିବା ପରେ ଏହି ମାମଲାକୁ ସ୍ପଷ୍ଟ କରାଯାଇପାରିବ ।
ତେବେ ପୂର୍ବରୁ ଚିହ୍ନଟ ହୋଇଥିବା ରୋଗୀ ସୁସ୍ଥ ଅଛନ୍ତି । ଏବେ କୋଭିଡ଼୍ ପରିଚାଳନା ଲାଗି କେନ୍ଦ୍ର ସରକାରଙ୍କ ଠାରୁ ନିର୍ଦ୍ଦେଶ ଆସିଛି । ସେହି ହିସାବରେ କୋଭିଡ଼୍କୁ ପରିଚାଳନା କରାଯାଉଛି । ତେବେ ଏହି ଭରିଆଣ୍ଟ ଅଧିକ କ୍ଷତିକାରକ ହେଉନଥିବାରୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଲୋକମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପ୍ରତି ସଚେତନ ରୁହନ୍ତୁ ଓ ସତର୍କ ରୁହନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/05/31/lBLjyFKd6R4yMMFQYnyU.jpg)