କନକ ବ୍ୟୁରୋ : ଆଜ୍ଞା ମୋ ମନ ସ୍ଥିର ରହୁନି । ଅଫିସରେ କାମ କରିବାକୁ ଭଲ ଲାଗୁନାହିଁ । ଟଙ୍କା ଆବଶ୍ୟକତା ଥିବାରୁ ଅଫିସ ଯାଉଛି ସତ, କିନ୍ତୁ ଅଫିସ ଯିବାକୁ ମନ ହେଉନି । ଦିନକୁ ଦିନ ବିଷାଦ ବଢ଼ିଚାଲିଛି । ସମାଧାନର ବାଟ କୁହନ୍ତୁ ।
ବିଷାଦରୁ ମୁକ୍ତି ପାଇବା ପାଇଁ ଟେଲିମାନସକୁ ଆସୁଛି ଏଭଳି କଲ୍ । ସମସ୍ୟା ଶୁଣିବା ପରେ ସଙ୍ଗେ ସଙ୍ଗେ କାଉନସିଲିଂ ଆରମ୍ଭ କରିଦେଉଛନ୍ତି କାଉନସିଲର । ରାଜ୍ୟ ସରକାରଙ୍କର ଟେଲିମାନସ ସହାୟତା ନମ୍ୱର ୧୪୪୧୬କୁ ପ୍ରତିଦିନ ଆସୁଛି ଏଭଳି ଅନେକ କଲ୍ । ରାଜ୍ୟ ସରକାରଙ୍କ ଟେଲିମାନସର ତଥ୍ୟ ଅନୁଯାୟୀ ୬୧ ପ୍ରତିଶତ ପୁରୁଷ ଓ ୩୯ ପ୍ରତିଶତ ମହିଳା ମାନସିକ ରୋଗରୁ ମୁକ୍ତି ପାଇଁ କଲ୍ କରିଛନ୍ତି । ୧୮ ବର୍ଷରୁ ୪୫ ବୟସ ବର୍ଗର ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତ କଲ୍ ଆସିଥିବା ବେଳେ ୪୬ରୁ ୬୪ ବୟସ ବର୍ଗରୁ ୨୦ ପ୍ରତିଶତ କଲ୍ ଆସିଛି । ସବୁଠାରୁ ଅଧକ କଲ୍ ଗଞ୍ଜାମ ଜିଲ୍ଲାରୁ ଆସିଛି । ପଛକୁ ଅଛି ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ବଲାଙ୍ଗୀର ଓ କଟକ ।
ସମୟ ବଦଳିବା ସହ ଲୋକଙ୍କ ଜୀବନ ଶୈଳୀ ବଦଳିଯାଇଛି । ସାଙ୍ଗସାଥୀ ଓ ପରିବାରବର୍ଗଙ୍କ ସହ ସମୟ ବିତାଇବା ପରିବର୍ତ୍ତେ ଲୋକଙ୍କର ସମୟ ମୋବାଇଲରେ ବିତୁଛି । ଘଣ୍ଟା ଘଣ୍ଟା ସମୟ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି । ନିଜ ମନର ଭାବନାକୁ ସୋସିଆଲ ମିଡିଆରେ ହିଁ ପ୍ରକାଶ କରୁଛନ୍ତି । ପାଖରେ ଅନେକ ଥିଲେ ବି ନିଜକୁ ଏକାକୀ ଅନୁଭବ କରୁଛନ୍ତି । ଏଥିପାଇଁ ମାନସିକ ଚାପ ବଢ଼ିଚାଲିଥିବା ବିଶେଷଜ୍ଞ କହିଛନ୍ତି । କୌଣସି ସମୟରେ ମାନସିକ ଦୁଶ୍ଚିନ୍ତାରେ ରହିଲେ ବ୍ୟସ୍ତ ନହୋଇ ଟେଲିମାନସ ନମ୍ୱର ୧୪୪୧୬କୁ କଲ୍ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ଲୋକଙ୍କ ଭିତରେ ବଢ଼ୁଛି ବିଶାଦ : ମୁକ୍ତି ପାଇବା ପାଇଁ ବାରମ୍ବାର ଟେଲିମାନସକୁ ଆସୁଛି କଲ୍
ଟଙ୍କା ଆବଶ୍ୟକତା ଥିବାରୁ ଅଫିସ ଯାଉଛି ସତ, କିନ୍ତୁ ଅଫିସ ଯିବାକୁ ମନ ହେଉନି । ଦିନକୁ ଦିନ ବିଷାଦ ବଢ଼ିଚାଲିଛି । ସମାଧାନର ବାଟ କୁହନ୍ତୁ ।
/kanak/media/media_files/2025/10/10/39-2025-10-10-20-18-05.jpg)