କନକ ବ୍ୟୁରୋ : ସୁସ୍ଥ ଜୀବନ ପାଇଁ ଦରକାର ଯୋଗ । କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ।
୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ବିଶ୍ବରେ ଯୋଗ ଦିବସ ପାଳିତ ହେଉଛି । ଅନ୍ତର୍ଜାତୀୟ ଯୋଗ ଦିବସକୁ ନେଇ ଦେଶରେ ଏକ ଲକ୍ଷରୁ ଅଧିକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସକାଳ ସାଢ଼େ ୬ରୁ ୭ଟା ୪୫ ଯୋଗ ସଂଗମ ସମୟ ଥିବାରୁ ଏହି ସମୟରେ ସମସ୍ତେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ବିଶାଖାପାଟନା ଆରକେ ବିଚ୍ରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସଭାରୁ ସାରା ବିଶ୍ବକୁ ଯୋଗ କରିବାକୁ ବାର୍ତ୍ତା ଦେଇଛନ୍ତି ମୋଦୀ । କହିଛନ୍ତି, ସାରା ବିଶ୍ବକୁ ଯୋଡ଼ିବ ଯୋଗ ।
ସେହିପରି ଓଡ଼ିଶାରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଯୋଗ ଦିବସରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଫିଟ୍ ରହିବାର ମନ୍ତ୍ର ବାଣ୍ଟିଛନ୍ତି । ଆଉ କହିଛନ୍ତି, ଯୁବକମାନେ ହେଉଛନ୍ତି ପରିବର୍ତ୍ତନର ଆଲୋକ ବର୍ତ୍ତିକା । ପିଲାଠାରୁ ବୟସ୍କ ସଭିଏଁ ଯୋଗ କରିବା ଦରକାର । ଯୋଗ ଏକାଗ୍ରତା ଓ ସ୍ଥିରତା ଆଣିବା ସହ ମଣିଷକୁ ଚାପମୁକ୍ତ ରଖେ । ଖୁବଶୀଘ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗକୁ ସାମିଲ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/06/21/modi-c-2025-06-21-08-13-38.jpg)