କନକବ୍ୟୁରୋ:ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଆମେ ନିଜର ଧ୍ୟାନ ରଖିବା କଥା ଭୁଲିଯାଉ । ବିଭିନ୍ନ ସମସ୍ୟା ସହ ବ୍ୟସ୍ତବହୁଳ ଜୀବନ ତା ସହ ଜୀବନରେ ମାନସିକ ଚିନ୍ତା ଏସବୁ ବର୍ତ୍ତମାନ ଜୀବନକୁ ସନ୍ତୁଳିତ କରୁଛି । ଏବେ ଯୁବ ପୀଢିଙ୍କ ଭିତରେ ମାନସିକ ଚିନ୍ତା ବଢିବାରେ ଲାଗିଛି । ତାହା ଚାକିରି ଜନିତ ସମସ୍ୟା ହେଉ କି ନିଜର ପାରିବାରିକ କ୍ଷେତ୍ର ହେଉ କି ନିଜର ସମସ୍ୟା ତାହାରି ଭିତରେ ନିଜର ଯତ୍ନ ନେବାକୁ ଭୁଲିଯାଆନ୍ତି । କିନ୍ତୁ ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ନିଜର ସକାଳ ଖାଇବାକୁ ଗୁରୁତ୍ୱ ଦେଇନଥାଉ । କିନ୍ତୁ ସ୍ୱାସ୍ଥ ବିଶେଷଂଗ୍ୟ ଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କହିଥାନ୍ତି ସକାଳୁ ଖାଲି ପେଟରେ ରହିବା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇଥାଏ ।  

କିନ୍ତୁ କଣ ଆପଣ ଜାଣନ୍ତି କି ସକାଳ ଜଳଖିଆ ନ ଖାଇବା ଦ୍ୱାରା ଶରୀରରେ ଗ୍ୟାସ ସମସ୍ୟା ଦେଖାଦେବା ସହ ଡାଇବେଟିସ ଟାଇପ ୨ ଭଳି ହୃଦରୋଗ ମୋଟାପଣ ଆଦି ସମସ୍ୟା ଦେଖାଦେବାର ଆଶଙ୍କା ବୃଦ୍ଧି ପାଇଥାଏ । ସମସ୍ତେ ଭାବନ୍ତି ସକାଳ ଜଳଖିଆ ନଖାଇବା ଦ୍ୱାରା କୌଣସି ସମସ୍ୟା ଦେଖାଦେଇନଥାଏ କିନ୍ତୁ ତାହା ବିଶେଷଗ୍ୟ ମାନେ ସହମତି ପ୍ରକାଶ କରିନାହାନ୍ତି । ସେମାନଙ୍କ କହିବା ଅନୁଯାୟୀ ସକାଳ ଖାଇବାରେ ଆମକୁ ଭରପୁର ପ୍ରୋଟିନ ମିଳିବି ସହ ଆମର ମାନସିକ ଶାନ୍ତି ଓ ଶରୀରକୁ ପୁରା ଦିନଭର ର ଉପାଦାନ ମିଳିଥାଏ । ଏଥିସହ ଯାହା ଆମର ପୁରାଦିନର ଖାଦ୍ୟକୁ ସନ୍ତୁଳିତ ରଖିବା ସହ ଶରୀରରେ ମେଟାବୋଲିଜିମକୁ ବାଲାନ୍ସ କରିଥାଏ ।

ଏଥିସହ ସଠିକ ସମୟରେ ଆମେ ଯଦି ସକାଳ ଜଳଖିଆ ଖାଇଥାଉ ତେବେ ଶରୀରରେ ରକ୍ତର ଶର୍କରା ମଧ୍ୟ ବାଲାନ୍ସ ରହିଥାଏ । ଆମର ନିତିଦିନିଆ ଜୀବନରେ ସକାଳ ଖାଇବା ଦ୍ୱାରା ଦିନସାରା ଶରୀର ସତେଜ ରହିବା ସହ ମନରେ ଏକାଗ୍ରତା ଆସିଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ ସକାଳ ଖାଇବା ଆମେ ସଠିକ ଭାବେ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ରହିଥାଏ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି ତେବେ ସକାଳ ଜଳଖିଆ ସଠିକ ସମୟରେ ଖାଆନ୍ତୁ ବେଶି ସମୟ ଖାଲି ପେଟରେ ରୁହନ୍ତୁ ନାହିଁ । ଏଥିସହ ଆପଣ ସକାଳ ଜଳଖିଆ ଖାଦ୍ୟରେ ପୃଷ୍ଟିକର ଖାଦ୍ୟକୁ ସାମିଲ କରିପାରିବେ । ଯେପରିକି ଅଣ୍ତା , ପନିର ଟୋଷ୍ଟ କିମ୍ବା ଓଟସ ମିଲ ,କ୍ଷୀର ବାଦାମ ଚକୁଳି ,ଇଟିଲି ଇତ୍ୟାଦି ଖାଦ୍ୟ ଆପଣ ସାମିଲ କରିପାରିବେ ।