କ’ଣ ଆପଣ ବି ସବୁ ସମୟରେ ଥକ୍କାପଣ ଅନୁଭବ କରୁଛନ୍ତି? ଖାଆନ୍ତୁ ଏହି ଖାଦ୍ୟ, ଦୂର ହୋଇଯିବ ଥକ୍କାପଣ

Advertisment

ଆଇରନର ମାତ୍ରା ବଢ଼ାଇବା ପାଇଁ ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ କରନ୍ତୁ କାରଣ ସେଥିରେ ଆଇରନ୍ ବ୍ୟତୀତ ଫାଇବର ମଧ୍ୟ ରହିଥାଏ। ପାଳଙ୍ଗ ପରି ଶାଗ ଶରୀରରେ ଲୌହ ରକ୍ତ କଣିକାକୁ ବଢାଇଥାଏ ।

ଆଇରନର ମାତ୍ରା ବଢ଼ାଇବା ପାଇଁ ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ କରନ୍ତୁ କାରଣ ସେଥିରେ ଆଇରନ୍ ବ୍ୟତୀତ ଫାଇବର ମଧ୍ୟ ରହିଥାଏ। ପାଳଙ୍ଗ ପରି ଶାଗ ଶରୀରରେ ଲୌହ ରକ୍ତ କଣିକାକୁ ବଢାଇଥାଏ ।

cdscs

କନକ ବ୍ୟୁରୋ: ଆଇରନର ମାତ୍ରା ବଢ଼ାଇବା ପାଇଁ ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ କରନ୍ତୁ କାରଣ ସେଥିରେ ଆଇରନ୍ ବ୍ୟତୀତ ଫାଇବର ମଧ୍ୟ ରହିଥାଏ। ପାଳଙ୍ଗ ପରି ଶାଗ ଶରୀରରେ ଲୌହ ରକ୍ତ କଣିକାକୁ ବଢାଇଥାଏ । ଏହା ବ୍ୟତୀତ କଦଳୀ, ବାଦାମ, ବିନ୍ସ, ଡାଲି ଓ ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ।

ବର୍ତ୍ତମାନ ଅନେକ ସମୟରେ ଲୋକମାନେ କମ୍ ବୟସରେ ଶରୀର ଓ ଆଣ୍ଠୁ, ଗଣ୍ଠିର ଦୁର୍ବଳତା ଓ ଥକ୍କାପଣ ଭଳି ସମସ୍ୟା ଅନୁଭବ କରୁଛନ୍ତି । ବେଳେବେଳେ ଏହି ସମସ୍ୟା ଏତେ ବଢିଯାଇଥାଏ ଯେ ଲୋକମାନେ ନିଜର ଦୈନନ୍ଦିନ କାର୍ଯ୍ୟ କରିବାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଆପଣ ଜାଣନ୍ତି କି ଏପରି କାହିଁକି ହୁଏ? ସାଧାରଣତଃ ଶରୀରରେ ପୋଷାକ ତତ୍ତ୍ୱ କମିଯିବାରୁ ଏପରି ହୋଇଥାଏ ।

ଏଭଳି ପରିସ୍ଥିତିରେ ସୁସ୍ଥ ଖାଦ୍ୟ ସହ ସକ୍ରିୟ ଜୀବନଶୈଳୀର ଆବଶ୍ୟକତା ରହିଛି। ସୁସ୍ଥ ଖାଦ୍ୟ, ଦୈନିକ ବ୍ୟାୟାମ, ମାନସିକ ଚାପ ଓ ଅବସାଦଠାରୁ ଦୂରତା ରଖିବା ସହିତ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ। 

ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ
ଶରୀରକୁ ସୁସ୍ଥ ରଖିବା ଏବଂ ରୋଗରୁ ରକ୍ଷା ପାଇବା ପାଇଁ ଏକ ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ । ତେଣୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଖାଦ୍ୟରେ ପ୍ରଚୁର ପରିମାଣରେ ଭିଟାମିନ ସି ସେବନ କରନ୍ତୁ । ଭିଟାମିନ୍ ସି ହେଉଛି ଏକ ଆଣ୍ଟିଅକ୍ସିଡେଣ୍ଟ ଯାହା କୋଷଗୁଡ଼ିକୁ ମୁକ୍ତ କଣିକାରୁ ରକ୍ଷା କରିଥାଏ । ମୁକ୍ତ କଣିକା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ଭିଟାମିନ୍ ସି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଖାଲି ସେତିକି ନୁହେଁ ଏହା ଆପଣଙ୍କ ଦୈନନ୍ଦିନ ଥକ୍କାପଣକୁ ମଧ୍ୟ ଦୂର କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe