କନକ ବ୍ୟୁରୋ : ସପ୍ତାହେ ପରେ ବି ଯାଜପୁରରେ ନିୟନ୍ତ୍ରଣକୁ ଆସୁନି ଡାଇରିଆ । ଜିଲ୍ଲାରେ ପୁଣି ଦୁଇ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଏହା ଜିଲ୍ଳା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଟେନସନ ବଢାଇଦେଇଛି । ଏହାରି ମଧ୍ୟରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଆଉ ୪ଜଣ ଆକ୍ରାନ୍ତ । ଏବେ ଯାଜପୁର ରୋଡ଼ ମେଡ଼ିକାଲରେ ୧୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କ ମଧ୍ୟରେ ଏକ ଶିଶୁ ରହିଥିବା ଜଣାପଡିଛି । ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଜିଲ୍ଲାରେ ଥିବା ବିଭିନ୍ନ ମେଡ଼ିକାଲରୁ ମେଡ଼ିକାଲକୁ ଗସ୍ତକରି ଆକ୍ରାନ୍ତମାନଙ୍କ ହିଷ୍ଟ୍ରି ସଂଗ୍ରହ କରିବା ସହିତ ମେଡ଼ିକାଲ ଅଫିସର, ଡାକ୍ତର ଓ ନର୍ସଙ୍କ ସହ ଆଲୋଚନା କରୁଛନ୍ତି । ମୃତକ ପରିବାରକୁ ଯାଇ ପଚରାଉଚରା କରିବା ସହ ଅଧିକ ଆକ୍ରାନ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖୁଛି ଏହି ଟିମ୍ ।
ସେପଟେ ଉପକୂଳରୁ ପଶ୍ଚିମ ଓଡ଼ିଶାକୁ ଡିଆଁ ମାରିଲା ଡାଇରିଆ । ସମ୍ବଲପୁରରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଧନକଉଡାର ଶ୍ରବଣ ଛୁରୀଆ । ଝାଡ଼ାବାନ୍ତି କାରଣରୁ ବୁଧବାର ସକାଳେ ତାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଏହି ଡାଇରିଆ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ପରେ ସ୍ଥାନୀୟ ଧନକଉଡା ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସ ଆରମ୍ଭ ହୋଇଛି । ପରିବାରର ଅନ୍ୟ କେହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇନାହାଁନ୍ତି । ସେପଟେ ଝାଡ଼ାବାନ୍ତି କାରଣରୁ ନୁହେଁ ଶ୍ରବଣଙ୍କ ମୃତ୍ୟର କାରଣ ଅଲଗା ବୋଲି କହିଛନ୍ତି ସମ୍ବଲପୁର ଏଡିଏମ୍ଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/06/19/haija-2025-06-19-08-42-52.jpg)