କନକ ବ୍ୟୁରୋ: ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍ (ASD) ହେଉଛି ଏକ ଜଟିଳ ଜ୍ଞାନତମକ ଓ ବ୍ୟବହାରିକ ବିକାଶ ଜନିତ ସମସ୍ୟା, ଯାହା ପ୍ରଭାବିତ ବ୍ୟକ୍ତିଙ୍କର ସମ୍ପ୍ରେଷଣ, ସାମାଜିକ ଅନ୍ତର୍କ୍ରିୟା ଓ ବ୍ୟବହାରରେ ଚାଳିତା ସୃଷ୍ଟି କରେ । ବହୁ ସମୟରେ ଅଟିଜିମ୍ ସହିତ ଅନ୍ୟାନ୍ୟ ଜଣାଶୁଣା ଅସୁବିଧାଗୁଡ଼ିକ ଯଥା ଗ୍ରହଣ କ୍ଷମତା ବିକାଶ ବିଳମ୍ବ (developmental delay), ଆଧି (anxiety), ଧ୍ୟାନ ଅଭାବ ଜନିତ ସମସ୍ୟା (ADHD) ଓ ଅନ୍ୟାନ୍ୟ କମୋର୍ବିଡ୍ ଅବସ୍ଥା ମଧ୍ୟ ଥାଇପାରେ ।

Advertisment

ବିଶ୍ୱରେ ଅଟିଜିମ୍ ଆକ୍ରାନ୍ତଙ୍କ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସମ୍ପ୍ରତି ୨୦୨୪ର ଗ୍ଲୋବାଲ୍ ଅଟିଜିମ୍ ରିପୋର୍ଟ ଅନୁଯାୟୀ, ପ୍ରତି ୧୦୦୦ ଶିଶୁ ମଧ୍ୟରୁ ଏକ ଅନୁପାତରେ ୧ ରୁ ୨ ଶିଶୁ ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍‌ରେ ପ୍ରଭାବିତ ହେଉଛନ୍ତି, ଯାହାର ହାର ପ୍ରତିବର୍ଷ ୧୦-୧୫% ବୃଦ୍ଧି ପାଉଛି । ଅଟିଜିମ୍ ହେବାର କୌଣସି ସଂପୂର୍ଣ୍ଣ କାରଣ ଏର୍ଯ୍ୟନ୍ତ ନିଶ୍ଚିତ ହୋଇନଥିଲେ ମଧ୍ୟ, ଜନ୍ମପୂର୍ବ ଜେନେଟିକ୍ ବିକୃତି, ପରିବେଶ ଦୂଷଣ, ମାନସିକ ଚାପ ଓ ଅନ୍ୟାନ୍ୟ ଜୈବିକ କାରକମାନେ ଏଥିରେ ଅଂଶ ନେଇଥାନ୍ତି ବୋଲି ଅନେକ ଗବେଷଣାରେ ପ୍ରମାଣିତ ହୋଇଛି ।

ଅଟିଜିମ୍‌ର ଲକ୍ଷଣ ସାଧାରଣତଃ ଶିଶୁ ଜୀବନର ପ୍ରଥମ ୨-୩ ବର୍ଷ ମଧ୍ୟରେ ପ୍ରକଟ ହୁଏ । ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଉଛି ସଂଯୋଗ ଓ ଅଭିବ୍ୟକ୍ତିରେ ବିଳମ୍ବ, ସାମାଜିକ ଅନ୍ତର୍କ୍ରିୟାରେ ଅରୁଚି, ପ୍ରତିଧ୍ୱନିତା ଓ ପୁନରାବୃତ୍ତିଶୀଳ ବ୍ୟବହାର (repetitive behaviors) ।

ଚିକିତ୍ସା ଓ ନିରାକରଣ ବ୍ୟବସ୍ଥା  

ଅଟିଜିମ୍ ଆରମ୍ଭରୁ ଯଦି ଚିହ୍ନଟ ଓ ସଠିକ୍ ଚିକିତ୍ସା କରାଯାଏ, ତେବେ ଏଥିରେ ଆକ୍ରାନ୍ତ ଶିଶୁମାନଙ୍କ ଜୀବନକୁ ଅଧିକ ସୁରକ୍ଷିତ କରାଯାଇପାରେ । ଏପରିକି ଏହି ରୋଗ ନିରାକରଣରେ ନିମ୍ନଲିଖିତ ଥେରାପିଗୁଡ଼ିକ ମୁଖ୍ୟ ଭୂମିକା ନିଭାନ୍ତି…

୧. ସ୍ପିଚ୍ ଥେରାପି (Speech Therapy)
ସ୍ପିଚ୍ ଲ୍ୟାଙ୍ଗୁଏଜ୍ ପ୍ୟାଥୋଲୋଜିଷ୍ଟ୍ (SLP) ମାନେ ଶିଶୁଙ୍କର କଥାବାର୍ତ୍ତା କୌଶଳ ବିକାଶ କରିଥିବା ସହିତ, ଅଳ୍ପ କଥା ବା କଥା ଅସ୍ପଷ୍ଟତା ଦୂର କରି ଭାଷା ଓ ସଂଯୋଗ ଦକ୍ଷତା ଉନ୍ନତି କରନ୍ତି । ଏହି ଥେରାପି ଦ୍ୱାରା AAC (Augmentative and Alternative Communication) ବ୍ୟବହାର କରାଯାଏ ।

୨. ଅକ୍ୟୁପେସନାଲ୍ ଥେରାପି (Occupational Therapy)
ଦୈନନ୍ଦିନ କାର୍ଯ୍ୟ କ୍ଷମତା, ସେନ୍ସୋରି ଏବଂ ମୋଟର୍ କ୍ଷମତା ଉନ୍ନତି ପାଇଁ OT ମହତ୍ତ୍ୱପୂର୍ଣ୍ଣ । ଏହି ଥେରାପି ଶିଶୁଙ୍କୁ ସ୍ୱୟଂସମ୍ପୂର୍ଣ୍ଣ ହେବା ଦିଗରେ ପ୍ରଶିକ୍ଷଣ ଦେଇଥାଏ ।

୩. ସ୍ପେସିଆଲ୍ ଏଜୁକେସନ୍ (Special Education)
ପ୍ରତ୍ୟେକ ଶିଶୁଙ୍କ ପାଇଁ ବ୍ୟକ୍ତିଗତ ଶିକ୍ଷା ଯୋଜନା (IEP) ଅନୁଯାୟୀ ପ୍ରଶିକ୍ଷଣ ଦିଆଯାଏ, ଯାହା ଶିଶୁଙ୍କ ସାମାଜିକ ଓ ବୈଷୟିକ କୌଶଳ ବୃଦ୍ଧିକୁ ସାହାଯ୍ୟ କରେ ।

୪. (Applied Behavior Analysis - ABA)
ସକାରାତ୍ମକ ବ୍ୟବହାର ବୃଦ୍ଧି ଓ ଅନୁଚିତ ବ୍ୟବହାର ହ୍ରାସ ପାଇଁ ABA ଥେରାପି ସବୁଠାରୁ ପ୍ରମାଣିତ ପ୍ରଭାବଶୀଳ ପ୍ରବନ୍ଧନ ରୂପେ ପ୍ରଚଳିତ । ଏହି ଧରଣର ଥେରାପି ଦ୍ୱାରା ଶିଶୁମାନେ ଦୈନନ୍ଦିନ କ୍ଷେତ୍ରରେ ଉପଯୁକ୍ତ ବ୍ୟବହାର ଅଭ୍ୟାସ କରନ୍ତି ।

୫. ସାମାଜିକ କୌଶଳ ଥେରାପି (Social Skills Training)
ସାମାଜିକ ଆଚରଣ, ସଂଯୋଗ ଓ ମିଶିବାର କୌଶଳ ବିକାଶ ପାଇଁ ବିଶେଷ ରୂପରେ ଏହି ଥେରାପି ଦିଆଯାଏ ।

୬. ଅଭିଭାବକ ଟ୍ରେନିଂ ଓ କାଉନସେଲିଂ (Parent Training & Counseling)
ଅଟିଜିମ୍ ଥିବା ଶିଶୁଙ୍କର ନିୟମିତ ଉନ୍ନତି ପାଇଁ ମାତାପିତାଙ୍କୁ ସଠିକ୍ ମାର୍ଗଦର୍ଶନ ଓ ସମର୍ଥନ ଦେବା ଅତିଆବଶ୍ୟକ ।

ନିଷ୍କର୍ଷ…

ଅଟିଜିମ୍ ସମ୍ପୂର୍ଣ୍ଣ ଭାବେ ଠିକ୍ ହେବା ରୋଗ ନୁହଁ, କିନ୍ତୁ ପ୍ରାରମ୍ଭିକ ଚିହ୍ନଟ ଓ ନିୟମିତ ଚିକିତ୍ସା ଦ୍ୱାରା ଶିଶୁମାନେ ସ୍ୱାଧୀନ ଓ ସଫଳ ଜୀବନ ଅତିବାହିତ କରିପାରିବେ । ସ୍ପିଚ୍ ଥେରାପି, ଅକ୍ୟୁପେସନାଲ୍ ଥେରାପି, ବ୍ୟବହାର ମ୍ୟାନେଜମେଣ୍ଟ ଓ ସ୍ପେସିଆଲ୍ ଏଜୁକେସନ୍ ଠିକ୍ ସମୟରେ ଆରମ୍ଭ କରିଲେ ଅଟିଜିମ୍ ଥିବା ଶିଶୁମାନଙ୍କ ସକ୍ଷମତା ବୃଦ୍ଧି ପାଇବ । 

Article by - Dr. Priti Ranjan Parida, Occupational Therapist, Certified Sensory Integration Therapist

Clinic - Blooming Minds, Saheed Nagar, Bhubaneswar