କୋଭିଡ ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ନା: କହିଲେ, ଅନ୍ୟକୁ ଟିକା ଦେବୁ କିନ୍ତୁ ନିଜେ ନେବୁନାହିଁ; କ୍ୟାଡର ପୁର୍ନଗଠନ ଓ ପଦବୀ ପରିବର୍ତ୍ତନ ଦାବିରେ ଅଡି ବସିଲେ ୧୫ହଜାର ସ୍ୱାସ୍ଥ୍ୟକର୍ମୀ

୧୬ରୁ ଟିକାକରଣ ବେଳେ କଳା ବ୍ୟାଚ୍ ପିନ୍ଧି କରିବେ କାମ

398

କନକ ବ୍ୟୁରୋ: ଅନ୍ୟକୁ ଦେବୁ କିନ୍ତୁ ନିଜେ ନେବୁନି ଟିକା । ଧମକ ଦେଲେ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ବା ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ୧୫ଶହ ସଭ୍ୟ । ପଦବୀ ପରିବର୍ତନ ଓ କ୍ୟାଡର ପୁନଃଗଠନ ଦାବିରେ ସିରିନ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ । ଆସନ୍ତା ୧୬ରୁ ଆରମ୍ଭ ହେଉଥିବା ଟୀକାକରଣ ବେଳେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବେ । ଫେବୃଆରୀ ପହିଲାରୁ କେବଳ କୋଭିଡ ଟିକାକରଣ ସାହର୍ଯ୍ୟ କରିବୁ କିନ୍ତୁ ଟିକା ଗ୍ରହଣ କରିବୁ ନାହିଁ ।

ସେପଟେ, ଓଡ଼ିଶାରେ ଏବେ ଦ୍ୱିତୀୟ କରୋନା ଟିକା ପହଂଚିସାରିଛି । ଆସନ୍ତା ୧୬ ତାରିଖରେ ରାଜ୍ୟବ୍ୟାପି ଟିକାକରଣ ଆରମ୍ଭ ହେବ । ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେବାର କିଛି ଦିନ ପରେ କରୋନା ସଂକ୍ରମିତ ହେବେ ସେମାନେ ଦ୍ୱିତୀୟ ଡୋଜ ଠିକ୍ ସମୟରେ ନେଇ ପାରିବେ ନାହିଁ । କରୋନାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଏସ୍ସିବି ଭେଷଜ ବିଭାଗର ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକା ଦାନର ବ୍ୟବସ୍ଥା କରାଯାଇଛି । ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କଚ ଟିକା ଦିଆଯିବ ।  ଯଦି କମ୍ ହିତାଧିକାରୀ ଥାଆନ୍ତି ତାହାଲେ ୨କିମ୍ବା ୩ଟି କେନ୍ଦ୍ରକୁ ମିଶାଇ ଗୋଟି, କେନ୍ଦ୍ର କରାଯାଇ ପାରିବ । ସକାଳ ୯ଟାରୁ ଟିକାଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ । ଯାହାକୁ ଯେଉଁଦିନ ପାଇଁ ମେସେଜ୍ ଯାଇଥିବ ସେହି ବ୍ୟକ୍ତିି ସେହି ଦିନ ପାଇଁ ଟିକା ନେଇ ପାରିବେ । ଯଦି କୌଣସି କାରଣ ବକତଃ ସେହିଦିନ ଟିକା ନେବା ପାଇଁ ଆସି ନ ପାରିଲେ ତାହାଲେ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ହେବ ।

ଆସନ୍ତା ୧୬ରେ ଆରମ୍ଭ ହେବ ଟିକାକରଣ । ଟିକାକରଣ ପାଇଁ ଆଜି ଏସଏମଏସ ଯିବ । ପଂଜୀକୃତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କେତେବେଳେ କେଉଁଠି ଟିକା ନେବେ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ । ୪୧ଟି ଡିପ ଫ୍ରିଜର ଆସି ପହଚିଂଛି ଯାହାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଜିରୋ ଷ୍ଟ୍ରାଟେଜି ଉପରେ ଫୋକସ ଦିଆଯିବ । ପ୍ରଥମ ଡୋଜ ନେବାର ୪୨ ଦିନ ଓ ଦ୍ୱିତୀୟ ଡୋଜର ୧୪ ଦିନ ପରେ ରୋଗ ପ୍ରତିରୋଧ ଶକ୍ତି ତିଆରି ହେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।