ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ବିପଦପୂର୍ଣ୍ଣ ଜଳଯାତ୍ରା : କାନ୍ଧରେ ଟିକା ବାକ୍ସ ଧରି ଭରା ନଈ ପାର ହେଲେ ସ୍ୱାସ୍ଥ୍ୟକର୍ମୀ

164

କନକ ବ୍ୟୁରୋ : ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ବିପଦପୂର୍ଣ୍ଣ ଜଳଯାତ୍ରା । କାନ୍ଧରେ ଟିକା ବାକ୍ସ ଧରି ଭରା ନଈ ପାରି ହେଉଛନ୍ତି ଜଣେ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ ଆସିଲା ଏହି ଚିତ୍ର । କୋଭିଡ ଟିକାରଣ ଲାଗି ଧୁଳିପୁଟ ପଂଚାୟତ ଅନ୍ତର୍ଗତ, ଚିଟାଙ୍ଗଆରି, କୋଟେଦୁରୁ ପରି ୧୦ ରୁ ୧୨ଟି ଗାଁ ରାସ୍ତା ନାହିଁ ।

ଆଉ ବର୍ଷ ଦିନରେ ଏହି ମାଳିଗୁଡା ନଈ ପାରି ହୋଇ ମାଇଲ ମାଇଲ ପାଦ ଚଲା ରାସ୍ତା ଅତିକ୍ରମ କରି ଲୋକଙ୍କ ସ୍ୱାସ୍ଥ୍ୟସେବା ଯୋଗାନ୍ତି ସ୍ୱାସ୍ଥ୍ୟକର୍ମୀ । ପୁରୁଷ ସ୍ୱାସ୍ଥ କର୍ମୀ ଶଷାଙ୍କ ଶେଖର କର ଓ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଣତି ମଣ୍ଡଳ ଲୋକଙ୍କୁ କୋଭିଡ ଟିକା ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ଏମିତି ଜୀବନକୁ ବାଜି ଲଗାଇ ନିୟମିତ ଯାତୟାତ କରନ୍ତି ।